STORYMIRROR

Raja Sekhar CH V

Abstract Inspirational Children

3  

Raja Sekhar CH V

Abstract Inspirational Children

ଭୁବନେଶ୍ୱର ମହାନଗର

ଭୁବନେଶ୍ୱର ମହାନଗର

1 min
194

ଭୁବନେଶ୍ୱର ମହାନଗର ସତତ ଭବ୍ୟ,

ପୁରାତନ ଏକାମ୍ରକ୍ଷେତ୍ର ନିତିଦିନ ନବ୍ୟ,

ଆମ ମନ୍ଦିରମାଳିନୀ ଆମ ପାଇଁ ଦିବ୍ୟ,

ଯାହାର ଐତିହ୍ୟ ସ୍ୱୟଂ ଏକକ ଶ୍ରାବ୍ୟକାବ୍ୟ ।୧।


ମୁକ୍ତେଶ୍ଵର କପିଳେଶ୍ୱରଙ୍କର ଆଳୟ ଅତି ରମ୍ୟ,

ଶୈବକ୍ଷେତ୍ରରେ ଭୁବନେଶ୍ୱର ସର୍ବଦା ଅଗ୍ରଗଣ୍ୟ,

ଯେତେ ଦେଲେ ବି ତ୍ରିଭୁବନେଶ୍ୱରଙ୍କର ମନ୍ତବ୍ୟ,

ଅଶେଷ ରହିବ ଏହି ମହାନଗରୀ ହେତୁ ବକ୍ତବ୍ୟ ।୨।


ଦର୍ଶନୀୟ ଯେ ଉତ୍କଳୀୟଙ୍କର ରାଜଧାନୀର ଦୃଶ୍ୟକାବ୍ୟ,

ଲିଙ୍ଗରାଜପ୍ରଭୁ ଅନନ୍ତ ବାସୁଦେବଙ୍କର ଦାର୍ଶନିକ ଗନ୍ତବ୍ୟ,

ଯାହାର ଗରିମାମୟ ଇତିହାସ ପ୍ରତି ପିଢ଼ି ହେତୁ ଜ୍ଞାତବ୍ୟ,

ଏ ଗୌରବାବହ ସମ୍ପତ୍ତିର ସୁରକ୍ଷା ସର୍ବଜନଙ୍କର କର୍ତ୍ତବ୍ୟ ।୩।



Rate this content
Log in

Similar oriya poem from Abstract