STORYMIRROR

Kalandi pal

Inspirational

4  

Kalandi pal

Inspirational

ଭସାଣି

ଭସାଣି

1 min
536


ଆସିଲ ମାଆ ପୂଜା ପାଇଲ

      ଅଭୟ ବର ଦେଇ,

ମରତ ଧାମ ହସି ଉଠିଲା

      ମାଆଙ୍କୁ ସାଥିରେ ପାଇ,

ମା ଗୋ ଶାରଦେୟୀ, ମା ଗୋ ବରଦାୟୀ

ଭସାଣି ହେଉଛି ପୁର ପଲ୍ଲୀରେ

       କେତେ ଯେ ରୋଷଣୀ ହୋଇ, l0l


ଆସୁଛି ମେଢ଼ ଭଳିକି ଭଳି

       ଆଲୋକ ସଜେ ନନ୍ଦିନୀ

ଫୁଟୁଛି ବାଣ ବାଜୁଛି ବାଜା

       ଦୁମୁକେ ପରା ମେଦିନୀ ,

ମା ଗୋ ମହାମାୟୀ, ମା ଗୋ ଦୁର୍ଗାମାୟୀ

କୋଟି କୋଟି ଭକ୍ତ ପ୍ରାଣ ଜିଣି ନେଇ

      ଅଭୟ ଆଶିଷ ଦେଇ, l1l


ଆଶିଷ ଢାଳିଛ ଆଶିଷ ଦାୟିନୀ

      ଚାଲିଯାଉ ସବୁ ଦୁଃଖ,

ତୁମ ଯିବା ପଥେ ସବୁଦୁଃଖ ଯାଉ

      ବିରାଜୁ ମହୀରେ ସୁଖ,

ମା ଗୋ ଚଣ୍ଡୀକାୟୀ, ମା ଗୋ ବରୁଣେଇ

ଫେରିବା ବାଟକୁ ଚାହିଁ ରହିଥିବୁ

      ବରଷକ ମହାମାୟୀ, l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational