STORYMIRROR

Sukadev Mahanta

Romance

3  

Sukadev Mahanta

Romance

ଭସାଇ ନିଅ ଗୋ ତବ ପ୍ରେମସ୍ରୋତେ

ଭସାଇ ନିଅ ଗୋ ତବ ପ୍ରେମସ୍ରୋତେ

1 min
163

ଓଠରେ ମୋ ଅଛି      ପ୍ରୀତିର ପୀୟୁଷ

     ଆଖିରେ ଚୋରା ଚଇତି

ପିଇଯାଅ ତୁମେ      ସେହି ପ୍ରୀତିମଧୁ

      ମନ ଇଛା ଯେତେ ସାଥି ।


ମୋର ଗାଲେ ବୋଳି    ପ୍ରୀତିର ଅବିର

      ମନକୁ ରଙ୍ଗେଇ ଦିଅ

ମୋ ପ୍ରୀତି ସୁମନ      ଗ୍ରହଣ କରିଣ

      ବାହୁର ବନ୍ଧନେ ନିଅ ।


ହଜିଯିବି ମୁହିଁ      ତୁମରି କୋଳରେ

     ଭିଜିବି ପ୍ରେମ ବାରିରେ

ତୁମେ ମୋର କୃଷ୍ଣ    ସାଜିବି ମୁଁ ମୀରା

      ଲୀନ ହେବି ତୁମଠାରେ ।


ତୁମେ ସାଗର ମୁଁ     ପ୍ରଗଳ୍ଭା ତଟିନୀ

     ଲୀନ ହେବି ତୁମ ଠାରେ

ତୋଳିନିଅ ମୋତେ     ତୁମରି ବାହୁରେ

      ତୁମ ବିଶାଳ ଛାତିରେ।


ପ୍ରୀତି ଭରେ ମୋତେ      ଝୁଲାଇ ଦିଅ ଗୋ

        ତୁମ କୋଳ ଝୁଲଣାରେ

ଭସାଇ ନିଅ ଗୋ       ତବପ୍ରେମ ସ୍ରୋତେ

       ଅମାନିଆଁ ମନ ଝୁରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance