The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

DILIP KUMAR SAHOO

Inspirational Others

4.0  

DILIP KUMAR SAHOO

Inspirational Others

ଭରଷା ପ୍ରଭୁ ଜଗନ୍ନାଥ

ଭରଷା ପ୍ରଭୁ ଜଗନ୍ନାଥ

1 min
11


  ପରମାଣୁ ଶକ୍ତି ରେ ଶକ୍ତିଶାଳୀ,

  ଅଣୁଠାରୁ ଛୋଟ ଭୂତାଣୁ କୁ ଡରେ ।

  ମହାକାଶରେ ଜୀବନ ଖୋଜୁ ଖୋଜୁ

   ମୃତ୍ୟୁ ଦୂତ ଆଖି ତାକୁ ଠାରେ ।

  ଜହ୍ନରେ ଘର ତୋଳିବାକୁ ଆଶାୟୀ 

   ମଣିଷ , ଆଜି ହୁଏ ଗୃହବନ୍ଦୀ ।

   ଆପଣା ଲୋକଙ୍କୁ ବି ସନ୍ଦେହ କରେ

   ଏକା ରହେ କପାଳକୁ ନିନ୍ଦି ।

   ବିଜ୍ଞାନ ବଳରେ ବଳିୟାନ ବୋଲି

  ଗର୍ବରେ ଯିଏ ଉଛୁଳୁଥାଏ

   ପ୍ରକୃତି ପାଖରେ ହାର୍ ମାନି ଆଜି

   ମହାପ୍ରଭୁଙ୍କ ଶରଣ ଯାଏ ।

   ଏବେ ଭରଷା ଏକା ପ୍ରଭୁ ଜଗନ୍ନାଥ

    ମହାପ୍ରଭୁ କିଳିଆ ସାଆନ୍ତ ।

   ଜାଣନ୍ତି ସେ କେବେ ହାରିବ କରୋଣା

   ହେବ ଏହି ସମସ୍ୟା ର ଅନ୍ତ ।



Rate this content
Log in

More oriya poem from DILIP KUMAR SAHOO

Similar oriya poem from Inspirational