Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandrakanta Nayak

Classics

3  

Chandrakanta Nayak

Classics

ଭରଷା ଅଛି ବୋଲିତ !

ଭରଷା ଅଛି ବୋଲିତ !

1 min
391



ଭରଷା ଅଛି ବୋଲିତ ତୁମରି ଦୁଆରେ ଆସିଛି ।

ଭରଷା ଅଛି ବୋଲିତ କେବଳ ତୁମକୁ ହିଁ ତୁମକୁ ଝୁରୁଛି ।

ଭରଷା ଅଛି ବୋଲିତ ତୁମ ରତ୍ନ ସିଂହାସନ କୁ ଏକ ଲୟରେ ଦେଖୁଛି ।

ଭରଷା ଅଛି ବୋଲିତ ଅର୍ଜଳି ଆଗରେ ଠିଆହୋଇ ସବୁ ବଖାଣିଛି ।

ଭରଷା ଅଛି ବୋଲିତ ଅପଲକ ନୟନରେ ତୁମକୁ ଦେଖୁଛି ।

ଭରଷା ଅଛି ବୋଲିତ ତୁମରି ପାଖରେ ବସିଛି ।

ଭରଷା ଅଛି ବୋଲିତ ତୁମକୁ ନିରେଖ୍, ନିରେଖ୍ ଦେଖୁଛି ।

ଭରଷା ଅଛି ବୋଲିତ ତୁମକୁ ମୋ ମନର ସବୁ କଥା କହୁଛି ।

ଭରଷା ଅଛି ବୋଲିତ ତୁମ ବଡଦାଣ୍ଡେ ଠିଆ ହୋଇଛି ।

ଭରଷା ଅଛି ବୋଲିତ ତୁମ ଶରଧାବାଲି ରୁ ଟିକିଏ ତୁଣ୍ଡରେ ମାରୁଛି ।

ଭରଷା ଅଛି ବୋଲିତ ତୁମ ନନ୍ଦିଘୋଷ ରଥଚକକୁ ଛୁଇଁଛି ।

ଭରଷା ଅଛି ବୋଲିତ ତୁମ ଅରୁଣ ସ୍ତମ୍ଭକୁ କୁଣ୍ଢେଇ ଧରିଛି ।

ଭରଷା ଅଛି ବୋଲିତ ତୁମ ବାଇଶି ପାବଚ୍ଛେ ଦୁଇପାଦ ଦେଇ ସାରିଛି ।

ଭରଷା ଅଛି ବୋଲିତ ତୁମ ସିଂହଦ୍ବାରେ ବେତମାଡ ପାଇଁ ପିଠି ଦେଖେଇଛି ।

ଭରଷା ଅଛି ବୋଲିତ ତୁମ ଗରୁଡ ସ୍ତମ୍ଭକୁ ଆପଣେଇ ନେଇ ସାରିଛି ।

ଭରଷା ଅଛି ବୋଲିତ ତୁମେ ମୋର ସ୍ୱାମୀ ବୋଲି ହୃଦୟେ ଭାବିଛି ।

ଅଛି ବୋଲିତ ମନେ ମନେ ଅମାପ ଯେତେକ ମାଗୁଛି ।

ଭରଷା ଅଛି ବୋଲିତ ନିରାଶା ମୋର ସବୁ ଆଶାରେ ଭରିଛି ।

ଭରଷା ଅଛି ବୋଲିତ ତୁମ ଇଙ୍ଗିତରେ ଆଲୋକ ଦେଖୁଛି ।

ଭରଷା ଅଛି ବୋଲିତ ମାତେ ମଣିଷ ଜନମ ମିଳିଛି 

ଭରଷା ଅଛି ବୋଲିତ ଭରଷାରେ କେବଳ ଭରଷା ହିଁ ମାଗୁଛି |


Rate this content
Log in

Similar oriya poem from Classics