STORYMIRROR

Kshitish Jena

Abstract Action Inspirational

4  

Kshitish Jena

Abstract Action Inspirational

ଭରସା

ଭରସା

1 min
380


ସ୍ୱାମୀ ହାତଧରି ଆସିଥାଏ ସ୍ତ୍ରୀ

ଜୀବନସାଥୀ ସେ ଦୁହେଁ

ପରସ୍ପର ପ୍ରତି ଭରସା ରହିଲେ

ସମ୍ପର୍କ ସୁଦୃଢ଼ ହୁଏ ।

ରୋଗୀର ଭରସା ଡାକ୍ତରଙ୍କ ପ୍ରତି

ସର୍ବଦା ହିଁ ରହିଥାଏ

ଆରୋଗ୍ୟର ଆଶା ରଖି ତାଙ୍କ ପାଶେ

ରୋଗୀଟି ଯେ ଆସିଥାଏ ।

ପିଲାଙ୍କ ଭରସା ବାପା ମାଆ ଦୁହେଁ

ସିଏ ଥିଲେ ପାଖେ ରହି

କୌଣସି କାର୍ଯ୍ୟରେ ପିଲା ନହାରନ୍ତି

ଆଗକୁ ବଢ଼ନ୍ତି ସେହି ।

ଭାସମାନ ପତ୍ରେ ଯେପରି ସମ୍ପୁଡ଼ି

ପାରିହୁଏ ଭରସାରେ

ବିପଦେ ପତିତ ଲୋକର ସାହସ

ଯେକେହି ଥିଲେ ପାଖରେ ।

ବୃଦ୍ଧ ପିତାମାତା ଭରସା କରନ୍ତି

ନିଜ ପୁଅ ବୋହୂ ପ୍ରତି

ବୃଦ୍ଧକାଳେ ତାଙ୍କ ସେବାଯେ ପାଇଲେ

ଈଶ୍ଵର ହୁଅନ୍ତି ତୃପ୍ତି ।

ଡଙ୍ଗାରେ ବସିବା ଲୋକର ଭରସା

ଅଟଇ ନାଉରୀ ଭାଇ

ସୁରକ୍ଷିତ ସହ ଲୋକଙ୍କୁ କୂଳରେ

ପହଞ୍ଚାଇ ଦିଏ ସେହି ।

ଆମରି ଉପରେ ଭରସା ରଖି ଯେ

ପହଞ୍ଚଇ ବିପଦରେ

ଅଳ୍ପ ବା ବହୁତ କର ଯେ ସାହାଯ୍ୟ

ଫେରାନି ଖାଲି ହାତରେ ।

ଭରସା ଶବଦ ତିନୋଟି ଅକ୍ଷର

ମୂଲ୍ୟ ତା'ର କିନ୍ତୁ ବେଶୀ

ଭରସା ଦେଇକି ଭରସା ରଖିଲେ

ଆଶ୍ରୀତ ହୁଅନ୍ତି ଖୁସି ।।


Rate this content
Log in

Similar oriya poem from Abstract