ଭରସା କରିଛି ତୋତେ କାଳିଆ
ଭରସା କରିଛି ତୋତେ କାଳିଆ
(ଝଗଡ଼ି.....ମାତ୍ର ବୃତ୍ତେ)
ପ୍ରଭୁ ହେ! ଭରି ଦେଉ ଶବ୍ଦକୁ
କବିତା କରି ଦେଉ ତୁ ତାହାକୁ।।ପଦ।।
ଜ୍ଞାନ ନାହିଁ ମୋର ମାତୃଭାଷାର
ଶବ୍ଦକୋଷ ନାହିଁ ମୋର ଶିକ୍ଷାର
ମାତୃଭାଷା ଶୁନ୍ୟ ଭୂମିରେ ଘର
ତଥାପି କବିତା ଭାଷାରେ ମୋର।। ପ୍ରଭୁ ହେ......... (୧)
ତବ କରୁଣାରୁ ହୁଏ ସମ୍ଭବ
ରଖି ଅଛି ହୃଦେ ମୁଁ ଭକ୍ତିଭାବ
କରି କରାଉ ପରା ଦାରୁବ୍ରହ୍ମ
ତୁହି ସୃଷ୍ଟିକର୍ତ୍ତା ପରମବ୍ରହ୍ମ।। ପ୍ରଭୁ ହେ.............(୨)
ଉତ୍କଳ ବିଚ୍ଛିନ ଭୂମି ଆମର
ବ୍ୟତୀତ ଜୀବନ ନିର୍ବାସନର
ଶିକ୍ଷା ମାତୃଭାଷା ନାହିଁ ଆମର
କାହିଁ ଶିକ୍ଷକ ପରା ଓଡ଼ିଆର।। ପ୍ରଭୁ ହେ..............(୩)
ଓଡ଼ିଆ ବହିର ମୁଦ୍ରଣ ନାହିଁ
ରାଜ୍ୟ ସରକାରେ ଧ୍ୟାନଟିକାହିଁ
କିପରି ପଢ଼ିବେ ଆମ୍ଭ ବାଳକେ
ଶିକ୍ଷାଶୁନ୍ୟଭାଷା ଓଡ଼ିଆଲୋକେ।। ପ୍ରଭୁ ହେ..........(୪)
ଶିକ୍ଷା ଜନନୀର କେବେ ମିଳିବ
ଚକାନୟନେ କି ଜଗା ଦେଖିବ
ମୋ ରଚନା ପରା ତାଙ୍କରି ପାଇଁ
କହୁଛି ଶବ୍ଦ କାଳିଆ ଗୋସେଇଁ।। ପ୍ରଭୁ ହେ..........(୫)
ଅଛି ବା କିଏ ଶୁଣିବ ଗୁହାରି
ଓଡ଼ିଆଙ୍କ ଧ୍ୟାନ ନାହିଁ କାହାରି
ଦେଖ ଜଗନ୍ନାଥ ଆମ୍ଭ ଦୁର୍ଦ୍ଦଶା
ତବ ଚରଣରେ ରଖିଛୁ ଆଶା।। ପ୍ରଭୁ ହେ............(୬)
ସତ୍ୟ ଧର୍ମ ଭୂମି ବିଚ୍ଛିନ୍ନାଞ୍ଚଳ
ମାତୃଭାଷା ପାଇଁ ଜନ ବ୍ୟାକୁଳ
ଦେଖହେ ଦୁର୍ଦ୍ଦଶା ଜଗା ଠାକୁର
ତୁମ ବିନୁ ନାହିଁ ଗତି ଆମର।। ପ୍ରଭୁ ହେ..........(୭)