Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

CHINMAYEE PRADHAN

Abstract Inspirational Others

4  

CHINMAYEE PRADHAN

Abstract Inspirational Others

ଭୃଣହତ୍ଯା

ଭୃଣହତ୍ଯା

1 min
285



କାହିଁକି ଏ ଭୃଣହତ୍ୟା ?

କଣ ପାଇଁ ଜନ୍ମ ହେବା ଆଗରୁ

ମାରି ଦିଆଗଲା ତାକୁ? 


କି ଦୋଷ ସେ ନିଷ୍ପାପ ଭୃଣର

ଦୁନିଆର ଆଲୋକ ଦେଖିବାକୁ

କାହିଁକି ଦିଆ ଗଲାନି ତାକୁ?


କେତେ ଖୁସି ଥିଲା ସେ ମା' ପେଟରେ

ଭାବୁଥିଲା ତାକୁ ମା' ମିଳିବେ

ତାକୁ ବାପା, ଭାଇ, ଭଉଣୀ

ଜେଜେମା, ଜେଜେ ମିଳିବେ।


ତାକୁ ଗୋଟେ ପରିବାର ମିଳିବ

ସେମାନଙ୍କ ସ୍ନେହ ଶ୍ରଦ୍ଧା ମିଳିବ

ଭାଇ ଭଉଣୀଙ୍କ ସାଂଗେ ମିଶି

କେତେ ଖେଳ ସେ ଖେଳିବ।


ହେଲେ ତାର ସବୁ ଖୁସି ମିଳେଇ ଗଲା

ତାକୁ ପେଟରେ ମାରି ଦେବାକୁ 

ଯେଉଁ ଦିନ ଘର ଲୋକଙ୍କ କଥା 

ସବୁ ସିଏ ଶୁଣି ନେଲା।


ବିକଳ ହୋଇ କହୁଥିଲା ସେ 

ମାଆଲୋ ତୋ ପଣତ ତଳେ

ଟିକେ ଲୁଚେଇ ଦେ ଲୋ ମତେ 

ଶୁଆଇ ଦେ ଥରେ ତୋର କୋଳେ। 


ତୁ ଥିଲେ ମତେ ଡର ଲାଗେନି 

ମାଆ ତୁ ପରା ଅଭୟ ପ୍ରଦାୟିନି

ଏ ସୁନ୍ଦର ପୃଥିବୀକୁ ଥରେ ଦେଖିବାକୁ ଦେ

ତୋ ଠାରୁ ମତେ ଦୂର କରନି। 


କି ଆର୍ତ୍ତ ଚିତ୍କାର କି କରୁଣ ଡାକ

ବଞ୍ଚିବା ପାଇଁ ଦୁନିଆକୁ ଦେଖିବା ପାଇଁ 

ହେଲେ ନିଷ୍ଠୁର ପିଶାଚ କବଳରୁ 

ପାରିଲାନି ସିଏ ରକ୍ଷା ପାଇ। 


ଏମିତି ଅନେକ ଭୃଣ ବଳି ପଡ଼ନ୍ତି 

କେତେବେଳେ କନ୍ୟା ବୋଲି ତ

କେତେବେଳେ ପୁଣି କାହାର 

ପାପ କର୍ମର ପରିଣାମ ବୋଲି।




Rate this content
Log in

Similar oriya poem from Abstract