STORYMIRROR

K. Nirmal

Inspirational Others

2  

K. Nirmal

Inspirational Others

ଭୃଣ କନ୍ୟା ହତ୍ୟା

ଭୃଣ କନ୍ୟା ହତ୍ୟା

1 min
13.4K


ଭୃଣ କନ୍ୟା ହତ୍ୟା କାହିଁକି କରୁଛ

ହେ ମୂଢ ମାନବ ଗଣ,

ସେହି କନ୍ୟା ଦିନେ ଏ ସୃଷ୍ଟିରେ ପରା

ଗଢ଼ିବ ନନ୍ଦନ ବନ ।।

ମା'ର ଗର୍ଭରୁ ତୁମେ ବି ଆସିଛ

ଏହି ଧରଣୀ ମା' କୋଳେ,

ସେହି ମା' କଥା ମନେ ନାହିଁ ତୋର

ଜନ୍ମ ଦେଲା ଯେତେବେଳେ ।।

ଏହି ସଂସାରରେ କନ୍ୟା ମାତୃରୂପା

ରଖିଥିବୁ ତୋର ଧ୍ୟାନେ,

ଭୃଣ କନ୍ୟା ହତ୍ୟା ବନ୍ଦ କରିଦିଅ

ଜଗତରୁ ସବୁ ଦିନେ ।।

ସେହି ମାତୃ ଗର୍ଭୁ ଭୂମିଷ୍ଠ ହୋଇଛ

ତୁମେ ସବୁଜ ଧରାରେ,

ସେ ବି ଦିନେ ଯଶ ରଖିଯିବ

ସୁଯଗ ଦିଅ ହେ ଥରେ ।।

◆ କେ.ନିର୍ମଳ

◆ ଭଦ୍ରକ, ବାସୁଦେବପୁର (ଜଗନ୍ନାଥି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational