ଭୃଣ ହତ୍ୟା
ଭୃଣ ହତ୍ୟା
ଭୃଣ ହତ୍ୟା ଏକ ମହାପାପ ବୋଲି
ଶାସ୍ତ୍ର ପୁରାଣେ ରହିଛି
ପଢିଛ କି ନାହିଁ ସେ କଥା ଅଲଗା
ଶୁଣିଥିବ କିଛି କିଛି ।
କାହିଁକି କରୁଛ କନ୍ୟା ଭୃଣ ହତ୍ୟା
ସତେ କି ଜଳକା ହେଲ
କନ୍ୟା ରତନର ଗୁଣ ନ ବୁଝିଲ
ଭୃଣରୁ ତାକୁ ମାରିଲ ।
ଆଲୋକ ନ ଦେଖି ଗଲା ତା ଜୀବନ
ତୁମେ ନିଜେ ହତ୍ୟାକାରୀ
ସମାଜ ଆଗରେ ସଜାଇ ହେଉଛ
ତୁମେ ଧର୍ମ ଧ୍ୱଜାଧାରୀ ।
ଗୋଟିଏ ଜୀବନ ଦେଇ କି ପାରିବ
ହାତରେ କି ତୁମ ଅଛି
ଜୀବନ ଦାତା ତ ଜଗତ କରତା
ତୁମେ କିମ୍ପା କାଟ ଗୋଛି ।
ଅସମତା ଆଜି ସମାଜରେ ଦେଖ
କନ୍ୟା ସଂଖ୍ୟା ହୁଏ ହ୍ରାସ
ମାତୃ ଗର୍ଭୁ ଭୃଣ ହତ୍ୟା କରିବାର
ପରିଣାମ ଏ ବିଶେଷ ।
<
p>
ଅଲଟ୍ରାସାଉଣ୍ଡ କରି ଆଗରୁ ଦେଖୁଛ
କନ୍ୟା ଭୃଣ ଅଛି ବୋଲି
ଜାଣିବା ମାତ୍ରକେ ହତ୍ୟା କରୁଅଛ
ଝିଅ ବୋଝ ହେବ ବୋଲି ।
ଜାଣି କି ପାରୁନ ଝିଅ ବିନା ଏହି
ସଂସାର ରହିବ ନାହିଁ
ଝିଅଟିଏ ଥିଲେ ଘର ସିନା ହସେ
ତା ବିନା ହରଷ କାହିଁ ।
ଏଇ ଦୁନିଆରେ ଝିଅ ସମ କହ
କିଏ ଅଛି ହିତକାରୀ
ଦୁହିତା ବୋଲାଏ ଦି କୁଳର ହିତା
ଭୃଣରୁ ଦେଉଛ ମାରି ।
ଏବେ ମାନ ବୋଲ ଧର୍ମ ଧ୍ୱଜାଧାରୀ
ତେଜ ଏ ପାପ କରମ
ଏଡେ ଅପରାଧ କରୁଛ କାହିଁକି
ନ ବୁଝି ନିଜ ଧରମ ।
ଆସୁ ସଦ୍ ବିଚାର ମନରେ ତୁମର
ଭୃଣ ହତ୍ୟା ମହାପାପ
ନିଜେ ନ କରିବି ଆନେ ନିରୋଧିବି
ତୁଟିବ ମନୁଁ ସନ୍ତାପ ।