STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ଭ୍ରମଣ

ଭ୍ରମଣ

1 min
405

ଭ୍ରମଣ ରାଜ୍ୟ ରୁ ରାଜ୍ୟ କୁ ପୁଣି ଦେଶୁ ଦେଶାନ୍ତର ଯେତେ

ସେପାଇଁ ଭ୍ରମଣ କାହାଣୀ ଏଭାଷା ରଚନା କରିଛି କେତେ 


କଲମ୍ଵୋସ ଙ୍କର ନାବ ରେ ଭ୍ରମଣ କାହାଣୀ ଶୁଣିଲେ ହୃଦେ

ରୋମାଞ୍ଚିତ ହୁଏ ଆହାକି ସାହାସ ସାହାସ ଶବ୍ଦରୁ ଉର୍ଦ୍ଧେ


ଅନନ୍ୟ ନାବିକ ଭ୍ରମଣେ ନୂତନ ଭୂଭାଗ ର ଭୂଗୋଳକୁ

ରୁଦ୍ଧିମନ୍ତ କରି ଯାଇଛନ୍ତି ସ୍ଵର୍ଣ୍ଣା-କ୍ଷରେ ରଚି କାଳ କାଳକୁ 


ହୁୟେନ୍-ସା ଙ୍କର ଭ୍ରମଣ କାହାଣୀ ଅନନ୍ୟ ପରିବ୍ରାଜକ

ଭାରତର ଶୁଦ୍ଧ ସୁବର୍ଣ୍ଣ ଅଧ୍ୟାୟ ଇତିହାସେ ଅଛି ଉଲ୍ଲେଖ 


ଶଙ୍କରାଚାର୍ଯ୍ୟ ପଦବ୍ରଜେ ଭ୍ରମି ଏ‌ହି ଭାରତ ଭୂଭାଗରେ

ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ପ୍ରତିଷ୍ଠିତ କରିଛନ୍ତି ମର୍ତ୍ତ୍ୟଲୋକରେ  


ଭ୍ରମଣ ବୃତ୍ତାନ୍ତ ଅତି ମର୍ମନ୍ତୁଦ ଅଗନାଅଗ୍ନି ବନସ୍ତେ

ଗିରି କନ୍ଦର‌ ଗହ୍ଵର ଭ୍ରମି ଭ୍ରମି ହିଂସ୍ର ସ୍ଵାପଦ ସହିତେ 


କିପରି ଗମିଲେ ସେ ତଥ୍ୟ ପଢ଼ିଲେ ସ୍ଵପ୍ନ ବତ୍ ଲାଗେ ତାହା

ଭୂମେ ଥାଇ ଦିନେ ଆକାଶ ମଣ୍ଡଳୁ ଗଣି ଦେଲେ ଗ୍ରହ ତାରା 


ଭ୍ରମଣ କରିଲେ ଗ୍ରହ ମଣ୍ଡଳ ରେ ମହାଯାଗତିକ ଯୋଗ

ପଠାଣି ସାମନ୍ତ ରଚିଦେଇଗଲେ ଅନୁଭୂତି ଅନୁଭଵ 


ଭ୍ରମଣ କରିବା ପେସା ନୁହେଁ ନିଶା ନୂତନ ତଥ୍ୟ ପ୍ରଦାନେ

ବାଣୀ ଭଣ୍ଡାର କୁ ରସବନ୍ତ କରି ଜାଗରଣ ଆଣେ ପ୍ରାଣେ


ସଭ୍ୟତାର ଏକ ନୂତନ ଦିଗନ୍ତ ଭ୍ରମଣ କାରି ରଚନ୍ତି

ଭ୍ରମଣ ନିଶାକୁ ଉଜ୍ଜୀବିତ କରୁ ଏ‌ଦେଶର ଯୁବଶକ୍ତି


Rate this content
Log in

Similar oriya poem from Abstract