STORYMIRROR

Bharatabandhu Biswal

Inspirational

3  

Bharatabandhu Biswal

Inspirational

ଭ୍ରମଣ

ଭ୍ରମଣ

1 min
355


ପାଦ ପାଣି ସମ ହେଲେ ପ୍ରଚଳିତ

ଦେହ କର୍ମକ୍ଷମ ସୁସ୍ଥ

ପ୍ରାତଃ ସାନ୍ଧ୍ୟ କାଳେ ଭ୍ରମଣ କରିବା

ଏଣୁ ଅଟଇ ଉଚିତ ।


ଭ୍ରମଣ ଅଟଇ ଉତ୍ତମ ଅଭ୍ୟାସ

ସହଜ ସାଧ୍ୟ ବ୍ୟାୟମ

ଲୋଡ଼ା ପଡେ ନାହିଁ ଅନ୍ୟର ସାହାଯ୍ୟ

ଅନ୍ୟାନ୍ୟ ଉପକରଣ ।


ନିୟମିତ ଯିଏ ପରିମିତ ବେଗେ

ପାଦରେ କରେ ଭ୍ରମଣ

ମଧୁମେୟ ଆଦି ଭୟଙ୍କର ରୋଗ

ପାଶେ ନ ଆସଇ ଜାଣ ।


ସ୍ୱେଦ ଗ୍ରନ୍ଥି ଦେଇ ନିର୍ଗତ ହୋଇଲେ

ବର୍ଜ୍ୟ ଦ୍ରବ ଶ୍ରମ ଝାଳ

ବିଶୁଦ୍ଧ ହୁଅଇ ଶରୀରରେ ରକ୍ତ

ଅଙ୍ଗ ପ୍ରତ୍ୟଙ୍ଗ ସୁଦୃଢ଼ ।


ଖାଲ ସ୍ଥାନେ ଜଳ ରହିଲେ ଆବଦ୍ଧ

ହୋଇଥାଏ ପ୍ରଦୂଷିତ

ଲାଗେନି ଶୀଉଳି ପ୍ରବାହିତ ଜଳେ

ଦିଶିଥାଏ ନୀଳ ସ୍ୱଚ୍ଛ ।


ଗୋଟିଏ ସ୍ଥାନରେ ବସିଲେ ବେକାର

ମୁଣ୍ଡରେ ବଢ଼ଇ ଚିନ୍ତା

ଶରୀର ହୁଅଇ ନିଶ୍ଚିତ ଦୁର୍ବଳ

ଲାଗେ ସବୁ ବିଷ ପିତା ।


ସମୟ ସୁବିଧା ଦେଖି ଅବସର

କରିଲେ ପରିଭ୍ରମଣ

ସ୍ୱଭାବ ପ୍ରକୃତି ହୋଇଥାଏ ଦୃଢ଼

ପ୍ରଫୁଲ୍ଲ ରହଇ ମନ ।


ବେଳାଭୂମି ତଟ ଦର୍ଶନୀୟ ସ୍ଥାନ

ପବିତ୍ର ତୀର୍ଥ ମନ୍ଦିର

ଦର୍ଶନେ ମିଳଇ ପୁଣ୍ୟ ମହାନନ୍ଦ

ଭ୍ରମଣ ଗୁଣ ଅପାର ।



Rate this content
Log in

Similar oriya poem from Inspirational