Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Inspirational

4  

Ajit Kumar Raut

Inspirational

ଭ୍ରମଣ

ଭ୍ରମଣ

1 min
517


ମିଳେଟି ଭାଗ୍ୟରେ ଭ୍ରମଣ ଆନନ୍ଦ ଆସେସେହୁ କେଉଁ କାଳେ,

ସେ ଆନନ୍ଦ ହୁଏ ଅତି ସ୍ମରଣୀୟ ମନୁଷ୍ୟ ଜୀବନ ମେଳେ ।


ଯାଇ ଥିଲି କାଳେ ଓଡିଶା ଭ୍ରମଣେ ବିଚ୍ଛନ୍ନାଚଳରୁ ମୁହିଁ,

କାଳିଆ ଚରଣ ଭକ୍ତିର ଆଶାଟି ରଖିଣ ଥିଲିଟି ମୁହିଁ ।


ରଥଯାତ୍ରା ପୁଣି ଜଗନ୍ନାଥଙ୍କର ସୁସଜ୍ଜିତ ବଡ଼ଦାଣ୍ଡ,

ମନ ଆତୁରୀତ କାଳିଆ ଦର୍ଶନେ ଦେଖୁଥିଲି ଟି ବ୍ରହ୍ମାଣ୍ଡ ।


ମାଉସୀ ଘରକୁ ଯିବେ ଜଗନ୍ନାଥ ବଡ଼ଦାଣ୍ଡେ ଭକ୍ତରୁଣ୍ଡ,

ରାବ୍ ଜଗନ୍ନାଥ ଶୁଭେ ଘନଘନ କମ୍ପିତ ହୁଏ ବ୍ରହ୍ମାଣ୍ଡ ।


ସୁସଜ୍ଜିତ ତହିଁ ତିନି ରଥ ପୁଣି ମନ ନେଉ ଥିଲା ମହି,

ଜଗତ ଠାକୁର ସଜ୍ଜିତ ହୁଅନ୍ତି ଭକ୍ତଙ୍କ ଗହଳେ ରହି ।


ଭକ୍ତ ଲକ୍ଷ୍ୟ ଲକ୍ଷ୍ୟ ଆଗମନ ତହିଁ ଗୁଞ୍ଜୁ ଅଛି ପ୍ରଭୁ ନାମ,

ଶୁଭ ସମୟରେ ଭ୍ରମଣଟି ମୋର ହେଉଛି ପ୍ରଫୁଲ୍ଲ ମନ ।


ଦେଖି ରଥଯାତ୍ରା ମନ ହେଲା ମୋର ଆସିଲି ଭୁବନେଶ୍ବର,

ଲିଙ୍ଗରାଜଙ୍କର ଦର୍ଶନ ନିମନ୍ତେ ମନଟି ହେଲା ଆତୁର ।


ଭକ୍ତିପୂତ ହୋଇ ଦର୍ଶନ କରିଲି ଲିଙ୍ଗରାଜ ଭୋଲାନାଥ,

ଆତୁର ମନଟି ଦର୍ଶନ କରିଲା ମହାଦାନୀ ବିଶ୍ବନାଥ ।


ତାପରେ ଆସିଲ କେନ୍ଦୁଝର ପୁଣି ତାରିଣୀ ଦର୍ଶନ ପାଇଁ,

ଗହଗହ ଭକ୍ତ ତାରଣୀ ମନ୍ଦିରେ ଛନ୍ତିଟି ଦର୍ଶକ ପାଇଁ ।


ଘଟଗାଁ ଅଟେ ସେ ତାରିଣୀଙ୍କ ସ୍ଥାନ ଗୁଞ୍ଜେ ଘଟଗାଁ ତାରିଣୀ

ମନବାଞ୍ଛା ଭକ୍ତେ ପୂରଣ କରନ୍ତି କରୁଣାମୟୀ ତାରିଣୀ ।


ଭ୍ରମଣ କରିଣ ଆସିଲି ଟି ମୁହିଁ ଆମର ବିଚ୍ଛନ୍ନାଚଳେ,

ଧନ୍ୟହୋଇ ଗଲା ଜୀବନଟି ମୋର ଭକ୍ତଙ୍କର କଳାହଳେ ।


ମିଳେଟି ଭାଗ୍ୟରେ ଭ୍ରମଣ ଆନନ୍ଦ ଆସେ ସେହୁ କେଉଁ କାଳେ,

ସେଆନନ୍ଦ ହୁଏ ଅତି ସ୍ମରଣୀୟ ମନୁଷ୍ୟ ଜୀବନ ମେଳେ ।



Rate this content
Log in

Similar oriya poem from Inspirational