STORYMIRROR

Naba Kumar Das

Abstract

3  

Naba Kumar Das

Abstract

ଭ୍ରମ

ଭ୍ରମ

1 min
446

ସମୟ ସ୍ରୋତ ବହିଯାଉଛି 

ପରିବର୍ତ୍ତନର ଢେଉ ଖେଳି ଚାଲିଛି 

ହେଲେ କଣ ହେଉଛି

କଣ ବା ବଢୁଛି, କଣ ବା କମୁଛି 


ଏଠି ସତ୍ୟ ଜିତୁଛି ନା

ମିଥ୍ୟା ତାର କାୟା ବିସ୍ତାରି ଚାଲିଛି 

ସତ୍ୟାଶ୍ରୟୀ ସଫଳ ହେଉଛି ନା

ମିଥ୍ୟାଶ୍ରୟୀ ବିଜୟ ମୁକୁଟ ପିନ୍ଧୁଛି


ଏଠି ଧର୍ମ ର ଆଚରଣ ହେଉଛି ନା

ଅଧର୍ମ ର ଅଟାଳିକା ନିର୍ମାଣ ହେଉଛି 

ଧର୍ମୀ ଟିଏ ମୁକ୍ତି ପାଉଛି ନା

ଅଧର୍ମୀ ଆସନ ଛଡେଇ ନେଇଛି


ଏଠି ଶିକ୍ଷାର ଯଥାର୍ଥ ପ୍ରୟୋଗ ହେଉଛି ନା

କୁଶିକ୍ଷା ଶିକ୍ଷାର୍ଥୀ ପାଦରେ ବେଡି ବାନ୍ଧିଛି 

ଶିକ୍ଷାର୍ଥୀ ସମାଜ ମଙ୍ଗଳକାରି ହେଉଛି ନା

ଶିକ୍ଷିତ ବେକାରୀ ସମସ୍ୟା ସୃଷ୍ଟି କରୁଛି


ଏଠି ମାତୃତ୍ୱ ମହ ମହ ବସୁଛି ନା 

କାମନା ରେ ମାତୃତ୍ୱ କଳଙ୍କିତ ହେଉଛି 

ଖାଦ୍ୟ ପାଇଁ ମା ପିଲା ବିକୁଛି ନା

ଭୃଣ ହତ୍ୟା ର ଜାଲ ବିଛେଇଛି


ଏଠି ସଚେତନତା ବଢ଼ି ଚାଲିଛି ନା

ନା ସଚେତନ ମଣିଷ ମୂର୍ଖ ପାଲଟୁଛି 

ମୁଁ ଏକା ଭ୍ରମରେ ପଡିଛି ନା 

ଭ୍ରମ ଏକ ଆସ୍ତରଣ ବିଛେଇଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract