STORYMIRROR

Geetanjali Prusty

Inspirational

3  

Geetanjali Prusty

Inspirational

ଭରିଦେ ଆଞ୍ଜୁଳି ମୋର

ଭରିଦେ ଆଞ୍ଜୁଳି ମୋର

1 min
178

ଅବ୍ୟକ୍ତ ଅବୁଝା ଅଧାଗଢ଼ା ତୁମେ

ଜଗତ ଠାକୁର ବୋଲି

ସଭିଏଁ ଜାଣନ୍ତି ପ୍ରଣତି ବାଢ଼ନ୍ତି

ଆକୁଳେ ଅନ୍ତର ଖୋଲି ll


କଳା ଦିଅଁ ତୁମ ଷୋହଳ କଳାର

କୋଟି ଲାବଣ୍ୟକୁ ଦେଖି

ହୃଦୟ ମନ୍ଦିର ହୁଏ ପୁଲ୍ଲକିତ

ଆଖି ଯାଏ ଦଣ୍ଡେ ଲାଖି ll


ନୟନରୁ ନୀର ବହିପଡ଼େ ଧାର

ଗରୁଡ଼ ଖୁମ୍ବର ପାଶେ

ରଖ ମହାବାହୁ ଧାଇଁ ମୁଁ ଆସିଛି

ପାପ ଛଡ଼ାଇବା ଆଶେ ll


ଜଗତର ଦୁଃଖ ହରିବା ପାଇଁକି

ନୀଳାଚଳେ ଅଛ ରହି

ରତ୍ନ ସିଂହାସନେ ଦେଉଛ ଦର୍ଶନ

ଆଶିଷ ପସରା ବହି ll


ହାତ ଟେକି ଦେଇ ଡାକୁଛି ଠାକୁରେ

ଜଗନ୍ନାଥ ରକ୍ଷା କର

ସବୁ ଦୁଃଖ ନେଇ ଖୁସି ଟିକେ ଦେଇ

ଭରିଦେ ଆଞ୍ଜୁଳି ମୋର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational