Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tilottama Prusty

Abstract

4  

Tilottama Prusty

Abstract

ଭର୍ଚୁଆଲ ବିବାହ

ଭର୍ଚୁଆଲ ବିବାହ

1 min
630


ବାହାଘର ଅଛି ଅଳପ ଦିନ

      କୋରନା କରିଲା ଯେ ହିନିମାନ ।


ବର,କନ୍ୟା ପିତା ମୁଣ୍ଡ ଘାଇଲା 

       ସବୁ ଆୟୋଜନ ହୋଇ ରହିଲା ।


ଚାହୁଁ ଚାହୁଁ ଗଲା ମାସ ବରଷ

         ମନରୁ ସରିଲା ସବୁ ହରଷ ।


ସରକାର କଲେ ଲକ୍ ଡାଉନ୍

         ଶୁନଶାନ୍ ହୋଇଲା ଗାଁ ଟାଉନ୍ ।


ଏଣେ ପୁଅ ଆଉ ଝିଅଙ୍କ ପିତା

         ବଢିଲା ପ୍ରେସର ବଢିଲା ଚିନ୍ତା ।


 ଦୁଇ ପରିବାର ବିଚାର କଲେ       

           ଭିଡିଓ କଲ୍ ରେ ନିଷ୍ପତ୍ତି ନେଲେ ।


ଆଉ ନିରବରେ ରହିବା ନାହିଁ 

          ଭର୍ଚୁଆଲ ବିବାହ କରିବା ରହି ।


ଅନ୍ ଲାଇନରେକାଡ୍ ବାଣ୍ଟିଲେ

          ଅନ୍ ଲାଇନ୍ ବ୍ରାହ୍ମଣ ଯୋଗାଡ଼ କଲେ ।


କନ୍ ଫ୍ରେନ୍ସେରେ ରହି ସବୁ ହୋଇଲା

             ବ୍ରାହ୍ମଣ ତା ଘରେ ମନ୍ତ ପଢିଲା ।


ଭର୍ଚୁଆଲ ବିବାହ ସମ୍ପନ୍ନ ହେଲା 

             ଷ୍ଟୋରିମିରର ପାଇଁ କବିତା ଗଲା ।


ଦୁଇ ପରିବାର ଖୁସି ହୋଇଲେ                              

କୋରନା ଦାଉରୁ ରକ୍ଷା ପାଇଲେ ।



Rate this content
Log in

Similar oriya poem from Abstract