STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଭରଚୁଆଲ୍ ବିବାହ

ଭରଚୁଆଲ୍ ବିବାହ

1 min
389


ମନ୍ତ୍ର ଡିଜିଟେଲ୍ ସମ୍ପୂର୍ଣ୍ଣ ଭାରତେ

ଭରଚୁଆଲରେ କାର୍ଯ୍ୟ,

ବିଭା କଥାବାର୍ତ୍ତା ଭରଚୁଆଲରେ

ହୁଏ ସଂସାରିକ କାର୍ଯ୍ୟ।।୧।


ନୂଆ ଭାରତର ନୂଆ କାର୍ଯ୍ୟଶୈଳୀ

ଡିଜିଟେଲ୍ ଦ୍ୱାରା ହୁଏ,

ସମ୍ବାଦ ମାଧ୍ୟମ ଭରଚୁଆଲରେ

ମୂଲ୍ୟ ହ୍ରାସ ମଧ୍ୟ ହୁଏ।୨।


ଫଟୋକୁ ଦେଖିଣ ପସନ୍ଦ ହୁଏଟି

ପୁଅ ବିଭା ପାଇଁ ଝିଅ,

ଠିକଣା ମାଧ୍ୟମେ କଥାବାର୍ତ୍ତା ପୁଣି

ପ୍ରସ୍ତାବ ପାଇଁଟି ପୁଅ।୩।


କଥାବାର୍ତ୍ତା ତହିଁ ଭରଚୁଆଲରେ

ବିବାହର ବାର୍ତ୍ତା ହୁଏ,

ଫୋଟୋ ଦେଖି ତହିଁ ଝିଅ ପୁଅ ପୁଣି

ବାର୍ତ୍ତା ଡିଜିଟେଲରେ ହୁଏ।୪।


ପଢାପଢି କଥା କାର୍ଯ୍ୟ କ୍ଷେତ୍ର କଥା

ଡିଜିଟେଲ୍ ହିଁ ମାଧ୍ୟମ,

ଜଣା ଶୁଣା ହୁଏ ଦୁହିଁଙ୍କ ଭିତରେ

ଭରଚୁଆଲ୍ ମାଧ୍ୟମ।୫।


ଝିଅ ବାପ ସଙ୍ଗେ ପୁଅ ବାପ କରେ

ବିଭା ତିଥି ନିର୍ଦ୍ଧାରଣ,

ଭରଚୁଆଲରେ ହୁଏ ସବୁ କିଛି

ବିବାହ ହୁଏଟି ପୁଣି।୬।


ଖର୍ଚ୍ଚ ବଞ୍ଚି ଯାଏ ଗୌରବ ସ୍ରୋତ

ପବିତ୍ର ବନ୍ଧନ ହୁଏ,

ନୂଆ ଭାରତର ନୂତନ ସାଧନ

ଅପୂର୍ବ ବିବାହ ହୁଏ।୭।


ନୂଆ ଭାରତର ନୂତନ ମନ୍ତ୍ରଟି

ଡିଜିଟେଲ୍ ହେଲା ଏବେ,

ଭରଚୁଆଲଟି ସମ୍ବାଦର ସ୍ରୋତ

କାର୍ଯ୍ୟ ଡିଜିଟେଲ୍ ଏବେ।୮।


ଅତି ଲାଭଦାୟୀ ଭରଚୁଆଲଟି

ମୂଲ୍ୟ ହ୍ରାସ ହୁଏ କାର୍ଯ୍ୟେ,

ସୁଗମ କରୁଛୁ ସବୁ କାର୍ଯ୍ୟ ପୁଣି

ଶୀଘ୍ର ହିଁ ହୁଏଟି କାର୍ଯ୍ୟ।୯।


ମନ୍ତ୍ର ଡିଜିଟେଲ୍ ସମ୍ପୂର୍ଣ୍ଣ ଭାରତେ

ଭରଚୁଆଲରେ କାର୍ଯ୍ୟ,

ବିଭା କଥାବାର୍ତ୍ତା ଭରଚୁଆଲରେ

ହୁଏ ସଂସାରିକ କାର୍ଯ୍ୟ।୧୦।



Rate this content
Log in

Similar oriya poem from Inspirational