STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଭୋଟର କାହାଳୀ ବାଜୁଛି ରାଷ୍ଟ୍ରେ

ଭୋଟର କାହାଳୀ ବାଜୁଛି ରାଷ୍ଟ୍ରେ

1 min
26


କିପରି ତାଣ୍ଡବ

କରୁଛନ୍ତି ନେତା

ଜାତି ଜାତି ରାବ ଶୁଭେ ସଭାରେ

ଅତ୍ୟନ୍ତ ଦୁଖିତ

ମୃତ୍ୟୁରେ ଗୁଣ୍ଡାର

ନେତା ଯାଉଛନ୍ତି ତାଙ୍କରି ଘରେ !!


ମୁର୍ଖ ନାହିଁ ଜନ

ନାହିଁ ପୂର୍ବ ଦିନ

ଠକି ପାରିବେ ନି ରାଷ୍ଟ୍ର ଜନଙ୍କୁ

ଭ୍ରଷ୍ଟାଚାରୀଙ୍କର

ଏକତାକୁ ଦେଖ

ଚିହ୍ନ!ପରିବାର ବାଦୀ ନେତାଙ୍କୁ


ସତ୍ତା ପ୍ରାପ୍ତି ଯହିଁ

ଜନ ସେବା ତହିଁ

ନେତା ହୁଏ ପରା ଜନ ସେବକ

ନାହିଁ ଜାତିଭେଦ

ସମଭାବ ପ୍ରୀତି

ରାଷ୍ଟ୍ର ଶକ୍ତିଶାଳୀ ସଦା ସତର୍କ !!


କୁହେ କେଉଁ ନେତା

ହଟାଇ ଦେବରେ

ଦିନି ଶହ  ସତୁରୀ କାନୁନ କୁ

ସତ୍ତା ଯଦି ପାଏ

କରି ଦେବ ଏହା

ଭୋଟ ଦିଅଭାଇ ତୁମେ ତାହାକୁ


କେହୁ କହୁ ଅଛି

ଟ୍ରିପଲ ତଲାକ

ହଟାଇ ଦେବୁରେ ଦେଲା ଟି ଭୋଟ 

କିପରି  ତାଣ୍ଡବ

କରନ୍ତି ନେତାରେ

ଅନ୍ତର୍ଗତେ ଅତି ଦେଉଛି କଷ୍ଟ !!


ଜନ ମନ  ଇଚ୍ଛା

ହୋଇଛି ସାକାର

ଦର୍ଶନ ଟି ବାଲ୍ୟରୂପ ପୂଜନ

ଭବ୍ଯ ଏ ମନ୍ଦିର

ପଟାନ୍ତର ନାହିଁ

ରାମରାଜ୍ୟ କିବା ଆସିଲା ପୁନଃ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract