ଭୋକ
ଭୋକ
କେଜାଣି କାହିଁକି ପ୍ରଭୁ
ଆଜି ତୁମ ଉପରେ ମୋର ଭାରି ରାଗ ହୁଏ ।
ଯାହା ଯାହା କଲ ସବୁ ଠିକ ଥିଲା
ଆକାଶ ,ପୃଥିବୀ,ନଦୀ ,ଝରଣା
ପଶୁ ,ମଣିଷ ,ଗଛ ଲତା
କିନ୍ତୁ ଗୋଟିଏ ଜିନିଷ ଠିକ ହେଲାନି
କାହିଁକି ଆମକୁ ଭୋକ ଦେଲ
ଏ ଭୋକ ଅଛି ବୋଲି ତ ଜୀବନରେ
ଏତେ ଯାତନା ଆଛି।
ଜୀଵନରେ ଏତେ ବେଦନା ଅଛି
ଦୁର୍ବାର କ୍ଷୁଧା ର ଦାଉ ପାଇଁ
ସେ କିଛି ବି କରିପାରେ।
ଏଇ ପେଟ ପାଇଁ ଏତେ ନାଟ
ଦୁନିଆ ର ସବୁ ପାଠ।
ପେଟ ପାଇଁ କିଏ କରେ ଚୋରୀ
କିଏ ହୁଏ ଭିକାରୀ।
