STORYMIRROR

Samar Ballav Bhoi

Inspirational

3  

Samar Ballav Bhoi

Inspirational

ଭୋକ

ଭୋକ

1 min
302

 


               

ପୁରାଣ ହେଉ କି ଇତିହାସ କହେ

ରାଜଗାଦି କ୍ଷମତାର ଭୋକ ଥିଲା 

ସବୁଠୁ ନିଆରା ଦୁର୍ଦ୍ଦଶ ଓ ବିଷାକ୍ତ

ଆଲେକଜାଣ୍ଡାର ବି ସ୍ୱପ୍ନ ଦେଖିଥିଲେ 

ବିଶ୍ୱବିଜୟୀ ହୋଇ କରିବେ ଶାସନ

କ୍ଷମତାର ଭୋକରେ ବି ଅନ୍ଧ ହୋଇ 

ଦୁର୍ଯ୍ୟୋଧନ ବି ହାରିଥିଲେ ଜୀବନ

କ୍ଷମତାର ଭୋକରେ ଆଉଟୁପାଉଟୁ

ରାଜନୀତି ମଣିଷଙ୍କ ସବୁ ହୁଏ ପତନ।।


କୋଟିପତି ପାଖେ ନଥାଏ ଭୋକର ଜ୍ଞାନ 

ବିଳାସବ୍ୟସନେ କାଟୁଥାନ୍ତି ସେ ରାତିଦିନ 

ଦରିଦ୍ରତା ପାଇଁ ପେଟ ଭୋକର ଲାଳସା 

ଯୋଡ଼ି ହୋଇ ରହିଥାଏ ସାରା ଜୀବନ

ଫୁଟପାଥରେ ବୁଲୁଥିବା ମଣିଷର ଭୋକ

କେହି କେବେ କରିନଥାଏ ଆକଳନ

ଖାଦ୍ୟ ପାଇଁ ଭୋକ ସମସ୍ୟା କରେନି

ଅମାନୁଷିକ ଚିନ୍ତାର ଭୋକ କରଇ ସମସ୍ୟା 

ଭାବି ଭାବି ମଣିଷଟା ବିତାଏ ରାତିଦିନ।। 


ଚାରିକାନ୍ଥର ଆବଦ୍ଧ ଜୀବନ ମଧ୍ୟରେ

ଭୋକିଲା ଶରୀରର ଭୋକର ପ୍ରହାରେ

ବଦଳି ଯାଏ କେବେ ଜୀବନର ସବୁକିଛି

ଭୋକରୁ ହିଁ ମିଳିଥାଏ ଜୀବନର ରାସ୍ତା

କ୍ଷମତାର ଭୋକ ଅବା ପେଟର ଭୋକ

ଲୋଭର ଭୋକ ଅବା ପ୍ରେମର ଭୋକ

ଭିନ୍ନ ଭିନ୍ନ ସଂଜ୍ଞାରେ ହୁଅନ୍ତି ପ୍ରକାଶିତ

ଯାହା ପାଇଁ ସାରା ଦୁନିଆଟା ଭାରାକ୍ରାନ୍ତ।। 


 





 




           

 





 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational