ଭୋକ
ଭୋକ


ପଲ୍ଲୀ ଠୁ ଦିଲ୍ଲୀ
ଝାଟିମାଟି ଘର ଠୁ
ବିଳାସ ପୁର୍ଣ ବଙ୍ଗଳା
ଚାରିଆଡେ ଖାଲି ଭୋକ
ପେଟ ପାଇଁ ଭୋକ
ଭକ୍ତି ପାଇଁ ଭୋକ
ଗ୍ୟାନ ପାଇଁ ଭୋକ
ବିଗ୍ୟାନ ପାଇଁ ଭୋକ ।।
ସଫଳତାର ଶିଖରରେ
ପହଞ୍ଚିବାର ଅଭିଳାଷା
ନୂତନ ଦିଗନ୍ତ ଖୋଜିବାର କ୍ଷୁଧା
ଶିଶୁ ର ଆଖିରେ କ୍ଷୁଧାର ନଜର
ଅଜଣା ଲୋକକୁ
ନିଜର କରିବାର ପରିଭାଷା
ଭୋକ ଭୋକ ଭୋକ ।।
ଲଢିବାକୁ ଭୋକର ସାଥେ
ଅଛି କାହାର ସାହସ
ଅଭାବର କଳା ମଚ ମଚ
ଅନ୍ଧାରି ବାଦଲ ସେ
କ୍ଷୁଧାର ବତାସ
ଆସେ ସୁନାମୀ ପରି
ସତେକି ଭସେଇନେବ
ଆଦର୍ଶର ନବଶ୍ଚୁମ୍ଭୀ ମୀନାର ।।
ସବୁବେଳେ ସେ କରେ ଚେଷ୍ଟା
ଭାଙ୍ଗିବାକୁ
ଗରିବର ବକ୍ଷ ଦେଶରେ
ଦଣ୍ଡାୟମାନ
ବିବେକର ସୁଉଚ୍ଚ ପାହାଡ
ଭାଙ୍ଗି ପାରେନା ସେ
ଶିଶୁଟିଏ ପରି ମୁହଁ ଗୁଞ୍ଜିଦିଏ
ବିବେକର କଙ୍କାଳସାର ଛାତିରେ ।।
ଭୋକର ଚୁଲି ଜଳେ
ନୁଆଣିଆ ଭଙ୍ଗା ଚାଳ ତଳେ
ସ୍ୱପ୍ନ ସବୁ ଝାସ ଦିଅନ୍ତି
ଭୋକର ଚିତାଗ୍ନିରେ
ଭୋକ ବିକଳରେ
ପେଟ ସିନା କରେ ହା ହା କାର
ବିବେକ ଦିଏନି ଝରାଇ
ଆଖିରୁ ଦି ଟୋପା ଲୁହର ଧାର
ଆସନ୍ତା କାଲିର ନୂଆ ସକାଳକୁ
ନ ମରି ସେ ଅପେକ୍ଷା କରେ ।।