STORYMIRROR

Hemanta Patra

Tragedy

3  

Hemanta Patra

Tragedy

ଭୋକ

ଭୋକ

1 min
41

 ପଲ୍ଲୀ ଠୁ ଦିଲ୍ଲୀ 

 ଝାଟିମାଟି ଘର ଠୁ 

ବିଳାସ ପୁର୍ଣ ବଙ୍ଗଳା

ଚାରିଆଡେ ଖାଲି ଭୋକ

ପେଟ ପାଇଁ ଭୋକ 

ଭକ୍ତି ପାଇଁ ଭୋକ

ଗ୍ୟାନ ପାଇଁ ଭୋକ

ବିଗ୍ୟାନ ପାଇଁ ଭୋକ ।।

ସଫଳତାର ଶିଖରରେ

ପହଞ୍ଚିବାର ଅଭିଳାଷା

ନୂତନ ଦିଗନ୍ତ ଖୋଜିବାର କ୍ଷୁଧା

ଶିଶୁ ର ଆଖିରେ କ୍ଷୁଧାର ନଜର

ଅଜଣା ଲୋକକୁ

ନିଜର କରିବାର ପରିଭାଷା

ଭୋକ ଭୋକ ଭୋକ ।।

ଲଢିବାକୁ ଭୋକର ସାଥେ

ଅଛି କାହାର ସାହସ

ଅଭାବର କଳା ମଚ ମଚ

ଅନ୍ଧାରି ବାଦଲ ସେ

କ୍ଷୁଧାର ବତାସ

ଆସେ ସୁନାମୀ ପରି

ସତେକି ଭସେଇନେବ

ଆଦର୍ଶର ନବଶ୍ଚୁମ୍ଭୀ ମୀନାର ।।

ସବୁବେଳେ ସେ କରେ ଚେଷ୍ଟା

ଭାଙ୍ଗିବାକୁ

ଗରିବର ବକ୍ଷ ଦେଶରେ 

ଦଣ୍ଡାୟମାନ 

ବିବେକର ସୁଉଚ୍ଚ ପାହାଡ

ଭାଙ୍ଗି ପାରେନା ସେ

ଶିଶୁଟିଏ ପରି ମୁହଁ ଗୁଞ୍ଜିଦିଏ

ବିବେକର କଙ୍କାଳସାର ଛାତିରେ ।।

ଭୋକର ଚୁଲି ଜଳେ

ନୁଆଣିଆ ଭଙ୍ଗା ଚାଳ ତଳେ

ସ୍ୱପ୍ନ ସବୁ ଝାସ ଦିଅନ୍ତି

ଭୋକର ଚିତାଗ୍ନିରେ

ଭୋକ ବିକଳରେ

ପେଟ ସିନା କରେ ହା ହା କାର

ବିବେକ ଦିଏନି ଝରାଇ

ଆଖିରୁ ଦି ଟୋପା ଲୁହର ଧାର

ଆସନ୍ତା କାଲିର ନୂଆ ସକାଳକୁ

ନ ମରି ସେ ଅପେକ୍ଷା କରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy