STORYMIRROR

Amit Bal

Tragedy Classics Inspirational

4  

Amit Bal

Tragedy Classics Inspirational

ଭୋକ

ଭୋକ

1 min
244

ବାପ ଆଉ ଝିଅର ନିଶ୍ବାସ ମଝିରେ ଅଛି ପେଟର ଭୋକ

ଝିଅକୁ ନେଇ ବାପର ଛାତି ପ୍ରତିକ୍ଷଣେ ଭୟରେ ଦକ ଦକ,

ଛାତିକୁ ପଥର କରି କୂଳକୁ ଫେରିଆସେ ସିନା କୈାଶଳରେ 

ତା' ବିବଶତାକୁ କିଏ ବା ବୁଝିଛି କହିଲ ନିଜ ହୃଦୟରେ !


ସେ ଝିଅକୁ ଡାକେ କୋଇଲି ,ବୁଲବୁଲ , ହଳଦୀ ବସନ୍ତ

ପେଟ ଚାଖଣ୍ଡକ ଲାଗି ହୁଏ ତା' ଅନେକ ଇଛାର ସୂର୍ଯ୍ୟାସ୍ତ ,

ପିଠିରେ ବ୍ୟାଗ ଲଦି ସ୍କୁଲ ଯିବା ତା' ଝିଅର ଭାଗ୍ୟରେ ନାହିଁ

ସେ କିଣିଦେବ ଜୋତା ଛତା ସାଇକଲ ଏସବୁ ସ୍ବପ୍ନ ତା'ପାଇଁ,


ନୀଳ ନିର୍ଜନ ରାତିର ନିର୍ଜନତା ତାକୁ ରହି ରହି ଉଖାରେ

ଏପଟେ ମରଣ ଡାକେ,କେବେ ସେପଟେ ଜୀବନ ଭିଡ଼ିଧରେ,

ସେଇ ବିଷମ ସମୟ ,ଭୟ ଆଶଙ୍କାରେ ଭରା, ବଡ଼ ଦୁର୍ବିସହ 

ଆକାଶ ଭାଙ୍ଗି ପଡୁଥିଵ ନିଜ ଉପରେ,ପୁଣି ବଞ୍ଚିବାର ମୋହ,


ଭାବେ କିପରି ଲଂଘିବ ସେ ଜୀବନ ଯାତ୍ରାର ଏ ଦୂରତ୍ବକୁ

ସମୁଦ୍ରରେ ନିଆଁ ଲାଗିଥିଲା ବେଳେ ସାମାନ୍ୟ ହୁଲିଡଙ୍ଗାରେ ,

ନିଜସଂସାରର ଜଠରାଗ୍ନିକୁ ତୃପ୍ତଶାନ୍ତ କରିବାକୁ ଯାଇ ଏମିତି

କେତେ ଖେଳୁଥିବ ଗୋଟେ ନୀରିହ ଶିଶୁର ଜୀବନ ସାଥିରେ ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy