ଭୋକ
ଭୋକ
ଉଦରର ଭୋକ କରଇ ଅଥୟ
ଯନ୍ତ୍ରଣାରେ ଭରି ଦିଏ,
ମୁଠେ ଦାନା ପାଇଁ ଏ ମାନବଜାତି
ଅହରହ ଧାଇଁଥାଏ ।
ମନ ଭୋକ କେବେ ହୁଏ ନାହିଁ ଶେଷ
ଯେତେ ମିଳେ ସେତେ ଖୋଜେ,
ଆଶାର ପାହାଡ ଦିନୁଦିନ ବଢେ
ପ୍ରାପ୍ତି ପଥଧାରେ ହଜେ ।
କାମନାର ଭୋକ ହରାଏ ବିବେକ
ଅଜ୍ଞ ହୋଇଯାଏ ଜନ,
ମାନସନମାନ ରହେ ନାହିଁ ଧ୍ୟାନ
ବିଚାର ଶକତି ହୀନ ।
ବିଭୂ କୃପାବଳେ ଭକ୍ତି ଭୋକ ମିଳେ
ମନେ ଭରେ ସୁଖ ଶାନ୍ତି,
ମାନବ ଜନମ ହୋଇଯାଏ ଧନ୍ୟ
ଶ୍ରୀଚରଣେ ସଦା ମତି ।
ସେବା ଭୋକ ଯା'ର ହୄଦୟେ ଜନମେ
ମହାନ ହୁଏ ସେ ଜନ,
ବିଭୁ କୄପାବାରି ପଡିଥାଏ ଝରି
ଜୀବନ ହୁଅଇ ଧନ୍ୟ ।
