ଭୋକ
ଭୋକ
ଭୋକ ଉପାସରେ ଦିନ କଟି ଯାଉ
ସେଥିପାଇଁ ନାହିଁ ମନେ ମୋର ଚିନ୍ତା।
ଭୋକ ଜ୍ବାଳାରେ ଜଳି ଜଳି ମୁହିଁ ଯେ
ତୁଣ୍ଡେ ଗାଉଥାଏ ଭାଗବତ ଗୀତା।
ଜଠର ଅଗ୍ନିକୁ ଶାନ୍ତ କରିବାକୁ
ନମିଳୁ ଗଣ୍ଡିଏ ଭାତ ମହାପ୍ରଭୁ।
ତୁମରି ଗୁଣକୁ ଗାଇ ପେଟପୁରୁ
ସାଗର ରୂପକ ଭବୁ ଉଦ୍ଧାରିବୁ।
ମନର ଭୋକ ମୋ ନମେଣ୍ଟିଲେ ନାହିଁ
ଜୀବ ଯାଉ ତୁମ ଶ୍ରୀମୁଖକୁ ଚାହିଁ।
ତୁମ ବଡ଼ ଦାଣ୍ଡେ ଗଡ଼ି ଗଡ଼ି ମୁଁ ଯେ
ବଞ୍ଚି ଯିବି ନାମାମୃତ ପିଇପିଇ।
ଏତିକି ସୁଦୟା କର ହୃଷିକେଶ
ସବୁ ଭୋକକୁ ମୋର ବଢ଼ାଇ ଦେଇ।
ତୁମରି ପୟରେ ଆଶ୍ରୟ ଦିଅ ହେ
ଦିନ ବିତି ଯାଉ ଯଶ ଗାଇ ଗାଇ।
