STORYMIRROR

Dharitri Das

Classics

3  

Dharitri Das

Classics

ଭୋକ

ଭୋକ

1 min
155

ଭୋକ ଉପାସରେ ଦିନ କଟି ଯାଉ

ସେଥିପାଇଁ ନାହିଁ ମନେ ମୋର ଚିନ୍ତା।

ଭୋକ ଜ୍ବାଳାରେ ଜଳି ଜଳି ମୁହିଁ ଯେ

ତୁଣ୍ଡେ ଗାଉଥାଏ ଭାଗବତ ଗୀତା।


ଜଠର ଅଗ୍ନିକୁ ଶାନ୍ତ କରିବାକୁ

ନମିଳୁ ଗଣ୍ଡିଏ ଭାତ ମହାପ୍ରଭୁ।

ତୁମରି ଗୁଣକୁ ଗାଇ ପେଟପୁରୁ

ସାଗର ରୂପକ ଭବୁ ଉଦ୍ଧାରିବୁ।


ମନର ଭୋକ ମୋ ନମେଣ୍ଟିଲେ ନାହିଁ

ଜୀବ ଯାଉ ତୁମ ଶ୍ରୀମୁଖକୁ ଚାହିଁ।

ତୁମ ବଡ଼ ଦାଣ୍ଡେ ଗଡ଼ି ଗଡ଼ି ମୁଁ ଯେ

ବଞ୍ଚି ଯିବି ନାମାମୃତ ପିଇପିଇ।


ଏତିକି ସୁଦୟା କର ହୃଷିକେଶ

ସବୁ ଭୋକକୁ ମୋର ବଢ଼ାଇ ଦେଇ।

ତୁମରି ପୟରେ ଆଶ୍ରୟ ଦିଅ ହେ

ଦିନ ବିତି ଯାଉ ଯଶ ଗାଇ ଗାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics