STORYMIRROR

Dr Rashmita Panigrahi

Tragedy Others

3  

Dr Rashmita Panigrahi

Tragedy Others

ଭୋକ

ଭୋକ

1 min
12.3K


ଭୋକ ର ଜ୍ୱାଳା ରେ 

ଯାହା ଇଚ୍ଛା ଖାଇଲୁ 

ତଥାପି ପୁରିଲାନି ପେଟ ଯେ, 

ମା'କୁ ଖାଇବାକୁ 

ଆଁ ମେଲେଇଲୁ l 

କେବେ ତା'ର 

ମାଟି, ବାଲି, ଗୁଡ଼ିକୁ 

ଖାଇ ଦେଲୁ,

ତ, କେବେ ପୁଣି 

ଗଛ ଲତା 

ପାହାଡ ବି 

ସାରି ଦେଲୁ l 

ଚତୁର୍ଦ୍ଦିଗେ ସଜାଇଲୁ 

ତୋ ସ୍ବପ୍ନ ର ମହଲ, 

କଳ କାରଖାନା ମାନ, 

ନାନା ରୂପେ ଭିଆଇଲୁ 

ନୂଆ ନୂଆ ଯେତେ 

ରାସାୟନିକ ଉଦ୍ଦଭାବନl      

ଦିନେ ଆସି ଥିଲା 

ଇବୋଲା, 

ସ୍ୱାଇନ ଫ୍ଲିଉ, ନିପା ଭଳି, 

ସାର୍ସ, ମେର୍ସ ପରି 

ସଂକ୍ରମଣ ଡେଣା ମେଲି, 

ଏବେ ଆସିଛି କରୋନା 

ବିଶ୍ୱ ଭ୍ରମଣ ପାଇଁ,  

ତା'ଭୋକ ରେ 

କେତେ ଯେ ନୀରିହ ପ୍ରାଣ 

ଅବେଳ ରେ 

ଦିଏ ଖାଇ l 

  ତଥାପି ଭୋକ !

ସୀମା ହୀନ ପରିଧିରୁ 

ତା'ର ପଞ୍ଝା 

ମେଲେଇଛି, 

କେବେ ମଣିଷ 

ଭିତରେ ଥାଇ, 

କେବେ ପୁଣି ବାହାରୁ 

ସେଇ ମଣିଷ ଗୁଡିକୁ 

ଖୁଣ୍ଟି ଖୁଣ୍ଟି 

ଖାଇ ଯାଉଛି l 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy