STORYMIRROR

Prakash Majhi

Drama Tragedy Inspirational

3  

Prakash Majhi

Drama Tragedy Inspirational

ଭୋକ

ଭୋକ

1 min
188

ପେଟର ଯନ୍ତ୍ରଣା ଭାରିହୁଏ ଏଠି

ଜଳିପୋଡ଼ି ଯାଏ ଆଶା

ରାତି ଅଳପକୁ ସପନ ବେଶି

ହଜୁଛି ହୃଦୟ ଭାଷା।


ଲିଭିଯାଏ ହସ ଓଠରୁ ସହଳ

ସଭିଏଁ ହୁଅନ୍ତି ପର

ଅଭାବରେ ହୁଏ ପ୍ରାଣ ଛଟପଟ

ଘାଇଲା ଭାବନା ସ୍ଵର।


କରମ ଫଳରେ ବନ୍ଧାରେ ଆଜନ୍ମ

ଭିନ୍ନ କାଲରାତି ଖେଳ

କାହାକୁ ଛାଡିବ କାହାକୁ ଯୋଡ଼ିବ

ସୂଚାଇ ଦିଏସେ ବେଳ।


ଏପାଖ ସେପାଖ ସବୁଠି ସମୟ

ସରୁନି ଜମାରୁ କୋହ,

ସୁଖ ପାରିିିଜାତ ଦୁଃଖରେ ଜର୍ଜିିିତ

ଝରୁଛି ଶ୍ରାବଣ ଲୁୁୁହ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama