STORYMIRROR

Sanuja Meghamala

Abstract

3  

Sanuja Meghamala

Abstract

ଭୋକ

ଭୋକ

1 min
11.8K

ଅନ୍ଧାର ରାତି ଟା କଟି ଯାଏ

ପଲିଥିନ ତଳେ ମୁଣ୍ଡ ଗୁଞ୍ଜି

ସକାଳ ସୂର୍ଯ୍ୟ ର ଅପେକ୍ଷା ରେ

ଖାଲି ପେଟ ରେ ଛଟ ପଟ

ଭୋକିଲା ଆଖିକୁ ନିଦ ନ ଥାଏ..।

କାନ୍ଧରେ ଜରି ପୁଟୁଳି ପକେଇ

ପ୍ରତିଦିନ ଧାଆନ୍ତି ଖାଦ୍ୟ ପାଇଁ

କୁଢ଼ କୁଢ଼ ଅଳିଆ ଗଦା ଭିତରୁ

ସାଉଁଟି ନିଅନ୍ତି ନିଜ ବୁଭୁକ୍ଷୁ ପେଟ

ପାଇଁ କିଛି  ଶୁଖିଲା ବାସି 

ଫିମ୍ପି ମରା  ଫିଙ୍ଗା ଖାଦ୍ୟ

ବୁଲା କୁକୁର ମାନଙ୍କ

ସହିତ ସଂଗ୍ରାମ. କରି..।

ସେମାନଙ୍କର ନ ଥାଏ ଭବିଷ୍ୟତ

ପାଇଁ ସଂଚୟ ଯୋଜନା

ଅବା ନିଜର ବର୍ତ୍ତମାନ

ପାଇଁ   ଦୁଃଖ ଶୋଚନା..

ଫର ଫର  ନୁଖୁରା ଚୁଟି ରେ

ତେଲ ବାଜି ନ ଥାଉ ପଛେ

କାହିଁ କେତେ ମାସ ରୁ ...ତଥାପି

ସନ୍ତୁଷ୍ଟ ନିଜ ଜୀବନକୁ ନେଇ

ଦାରିଦ୍ର୍ୟ ହରେଇ ପାରିନି

ଭାଙ୍ଗି ପାରିନି ବଞ୍ଚିବାର ମୋହ ..।


ସେମାନେ ହସନ୍ତି ମନଖୋଲା

ଖୁବ୍ ସୁନ୍ଦର ଶାନ୍ତ ନିରୀହ

ଅଭିଯୋଗ ବିହୀନ ସରଳ ହସ..।

ପରିସ୍ଥିତି କୁ ମୁକାବିଲା କରି

ବାଣ୍ଟି ଜାଣନ୍ତି ପରସ୍ପରକୁ

ଅଳିଆ ଗଦା ରୁ ଗୋଟେଇ

ଜରି ପୁଟୁଳି ରେ ସାଇତି ଥିବା

ଭଙ୍ଗା ଖେଳନା .. ଛିଣ୍ଡା ଚପଲ . ..

ପ୍ଲାଷ୍ଟିକ ବୋତଲ ପୁରୁଣା ଲୁଗାପଟା

ଆଉ କିଛି ବଳକା  ବାସି ଖାଦ୍ୟ..।

ଯେଉଁ ରାସ୍ତା ଦେଇ ଗଲା ବେଳେ

ଆମେ ନାକ ରେ ହାତ ଦେଇ

ଦ୍ରୁତ ପଦ ରେ ପଳାୟନ କରୁ

ସେଇଠି  କିନ୍ତୁ କଟି ଯାଏ

ସେମାନଙ୍କ ନିରୀହ ଶୈଶବ

ସକାଳ ରୁ ଦ୍ୱିପହର ଯାଏ

ବିନା ଅଭିଯୋଗ ରେ

ବଞ୍ଚିବା ର ବିକଳ୍ପ ହୋଇ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Abstract