STORYMIRROR

PRABHAS KUMAR MOHAPATRA

Tragedy

3  

PRABHAS KUMAR MOHAPATRA

Tragedy

ଭୋକ ଉତ୍ତର

ଭୋକ ଉତ୍ତର

1 min
202

କ୍ଷୁଧା ରେ ଯାହାର, କଟେ ଦିନ ବାର

ମିଳେନା ମୁଠେ ଆହାର

ଅଇଁଠା ପତରେ, ନିତି ବଞ୍ଚେ ମରେ

କାନ୍ଦେ ଭୋକେ ପେଟ ତାର

କି ଦେବ ଭୋକ ଉତ୍ତର(୧)

ଖାଦ୍ୟ ମୁଠେ ପାଇଁ, ଦିବା ନିଶି ଧାଇଁ

ଧରେ କେତେ ପାଦ କାର

ନ ଦିଅନ୍ତି ତାକୁ, ମୁଠେ ଖାଇବାକୁ

ମାଡ଼ ହୁଏ ତା ଆହାର

କି ଦେବ ଭୋକ ଉତ୍ତର(୩)

ପେଟର ଭୋକକୁ, ଶାନ୍ତ କରିବାକୁ

ପାଣି ପିଏ ବାର ବାର

ଖଜେ ପାତ୍ରେ ସିଏ, ଛାଡି ଚିକି କିଏ

କରିବା ପାଇଁ ଆହାର

କି ଦେବ ଭୋକ ଉତ୍ତର(୪)

କିଏ ଯଦି କିଛି, ଖାଏ ପାଖେ କିଛି

ଝୁରୁଥାଏ ମନ ଯାର

କାନ୍ଦି ଲେବି ଭୋକେ, ବୁଝିବ କିଏ ସେ

ଭୋକ ଯେ କେତେ ତାହାର

କି ଦେବ ଭୋକ ଉତ୍ତର(୫)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy