STORYMIRROR

Arundhati Senapati

Abstract

3  

Arundhati Senapati

Abstract

ଭୋକ ପାଇଁ ଭିକ

ଭୋକ ପାଇଁ ଭିକ

1 min
12.3K

ଦୁନିଆର ଭାଷାରେ....

ମୋର ବେଶ ଭୂଷା ହିଁ

ମୋତେ ପରିଚୟ ଦିଏ ମୁଁ ଭିକାରୀ।

ଜାଣି ଜାଣି କେହି ଭିକାରୀ ହେବାକୁ ଚାହେଁନା ପରିସ୍ଥିତି ଆଉ ଉଦରର ଜ୍ବାଳା ହିଁ

ମାଗିବାକୁ ବାଧ୍ୟ କରେ।

ହାତରେ କେଇଟା ଟଙ୍କା ଗୁଞ୍ଜି ଦେଇ

ମୁଠାଏ ଭାତ କି ଦିଇଟା ଇଟିଲି ଧରେଇ ଦେଲେ ଭୋକର ଅନ୍ତ ହୁଏନା।

ଏ ପେଟ ପାଇଁ ହିଁ ସବୁ ନାଟ

ପେଟ ଦେଲ କାହିଁ ହେ ଦଇବ......

ପେଟ ନ ଥିଲେ ଭୋକ ବି ନ ଥା'ନ୍ତା

ଭୋକର ଦାଉ ସବୁଠୁ ଅସହ୍ୟ।

ଏଠି ଗରିବ, ଗରିବ ହେଇ ଚାଲେ

ଆଉ ଧନୀ ଉଚ୍ଚ ଉଚ୍ଚ ଅଟ୍ଟାଳିକା ଭଳି

ଧନୀ ହେଇ ଚାଲେ।

ଗରିବକୁ ଯେଉଁଠି ମୁଠାଏ ଖାଦ୍ୟ ବିନା

ରାସ୍ତାରେ ପଡି ମରିବାକୁ ପଡେ

ସେଠି ଧନୀ ଖାଇବା ହଜମ କରିବାକୁ

ହଜମ ବଟିକା ଖାଇ ହଜମ କରାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract