ଭୋଗୁଛୁ ଆପଣା ହସ୍ତେ ଜିହ୍ୱାଛେଦ
ଭୋଗୁଛୁ ଆପଣା ହସ୍ତେ ଜିହ୍ୱାଛେଦ
ନଭ ଜଳ ସ୍ଥଳ ବାୟୁ
ଭୂମଣ୍ଡଳର ଚତୁଃପାର୍ଶ୍ୱ
ପ୍ରକୃତିର ସ୍ୱଛତା ସ୍ୱଚ୍ଛ ସମୀରଣ
ଆମ ପରିବେଶ
କେତେ ଝରଣା ପର୍ବତ କନ୍ଦରୁ କୁଳୁ
କୁଳୁ ନାଦ ଦେଇ
କାଚ କେନ୍ଦୁପରି ସ୍ୱଛ ପାଣି ନେଇ ଆସୁ
ଥିଲା ତଳକୁ ବହି
ଗ୍ରାମରେ ପ୍ରତି ଘରେ ଘରେ ବାଡି
ବଗିଚାରେ ଗଛ ସବୁ ଭରିଥିଲା
ସ୍ୱଛ ସମୀରଣ ପ୍ରବାହିତ ହୋଇ ଅମ୍ଳଜାନ
ଆମକୁ ମିଳୁଥିଲା
ବରଷର ବାର ମାସେ ବରଷକେ ଆମେ
ଛଅ ଋତୁ ଦେଖୁଥିଲେ
ପୌଷ ମାଘ ମାସଦ୍ୱୟକୁ ନେଇ ଶୀତ ଋତୁର
ହାଡ଼ ଭଙ୍ଗା ଶୀତ ଭୋଗୁଥିଲେ
ଆମର ପରମ ମୈତ୍ର ଅଟନ୍ତି ଯେତେକ ତରୁ
ଲତା ଏ ପ୍ରକୃତିର କୋଳେ
ତା' ପାଇଁ ଜୀବନ ସୁଖରେ କାଟୁଥିଲେ ଦିନ
ଶୋଭା ସମ୍ଭାରରେ ଏ ଭୂମଣ୍ଡଳେ ।
ପତ୍ର ଫୁଲ ଫଳ କାଠ ଔଷଧାଦି ନାନା ପ୍ରକାର
ଦରକାରୀ ଦ୍ରବ୍ୟ ପାଉଥିଲେ
ପ୍ରତିଟି ପ୍ରକୃତିର ଅବଦାନକୁ ଦେବତା ସମାନ
ତା'କୁ ଯତ୍ନେ ଯଦି ନିତି ପୂଜୁ ଥିଲେ
ବୃକ୍ଷ ସବୁ ଯେତେ ପରିବେଶକୁ ଶୁଦ୍ଧ ରଖିବାରେ
ସଦା ସର୍ବଦା ଥିଲା ଅଗ୍ରଣୀ
ପଶୁ ପକ୍ଷୀ କୀଟ ପତଙ୍ଗ ଠାରୁ ମାନବ ସମାଜ
ସଭିଏଁ ଅଟନ୍ତି ତା' ପାଖରେ ଋଣୀ ।
ଏପରି ବନ୍ଧୁର କରିଲେ ହତାଦର ଜଂଗଲ ପର୍ବତ
ପାହାଡ ସବୁ ପଦା କରି
ଆଜି ଭୋଗୁଛୁ ଅଶେଷ ଯାତନା ଆପଣା ହସ୍ତରେ
ନିଜ ଜିହ୍ୱା ଛେଦ କରି
ସ୍ୱାର୍ଥପର ମଣିଷର ମାୟା ଜାଲ ପ୍ରକୃତିର ହସକୁ
କଳଙ୍କିତ କଲା
କରି କଳ କାରଖାନା ଗାଁରେ ପରିବେଶର ସମସ୍ତ
ଅଙ୍ଗକୁ ନଷ୍ଟ କଲା
ବାନ୍ଧିଲେ ନଦୀବନ୍ଧ ନଦୀରେ ପାଣିର ଗତିପଥ
ଧାରକୁ ନଷ୍ଟ କଲେ
କଳ କାରଖାନା ବୃନ୍ଦର ସମସ୍ତ ଦୂଷିତ ପଦାର୍ଥକୁ
ନଇରେ ଛାଡି ବିଷ ମିଶାଇଲେ
ଭୋଗିଲେ କଷଣ ଭୋଗିବା ଆହୁରି ଚଲା ପଥ କଣ୍ଟକ
ହୋଇଛି ଯା ପାଇଁ ମଣିଷ ଦାୟୀ
ନିଜ କର୍ମ ନିଜେ ତ ବାଛିଛେ ଅନ୍ୟକୁ ଦୋଷ ଦେବା
ଯାଇ ଲକୁହ ମୋର ଭଉଣୀ ଭାଇ
ମନରେ ଭାବ ଥରେ ସ୍ଥିର ବୁଦ୍ଧିରେ ଜାଗ ଆମର
ପରିବେଶର ଯତ୍ନ ଆମେ କରିବା
ସର୍ବେ ମିଳିମିଶି ଏକ ଏକ କରି ବୃକ୍ଷ ରୋପଣ କରି
ପ୍ରାକୃତିକ ପରିବେଶର ସୁରକ୍ଷା କରିବା
ହସି ଉଠିବ ପ୍ରକୃତିରାଣୀ ସ୍ୱଛ ସମୀରଣ ଆମ
ପରିବେଶେ ପ୍ରବାହିତ ହେବ
ମୃତ୍ତିକାକୁ ସଂରକ୍ଷଣ କରି ବର୍ଷାର କାରଣ ହୋଇ
ପ୍ରଦୂଷଣ ମୁକ୍ତ ରହି ଅମ୍ଳଯାନ ମିଳିବ
