STORYMIRROR

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ଭୋଗ ଗୀତ

ଭୋଗ ଗୀତ

1 min
267



ଜଗନ୍ନାଥ ପ୍ରଭୁ ଖଞ୍ଜି ଦେଇଛନ୍ତି କୈବଲ୍ୟ ଟଙ୍କ ତୋରାଣୀ,

ପାଦୁକା ଘର୍ଷଣ ଆରଡ଼ି ଧାମରେ ବାଣ୍ଟୁଛନ୍ତି ବାବାମଣି |


ଭୁବନେଶ୍ୱରରେ ଲିଙ୍ଗରାଜ ବାବା ରଖିଛନ୍ତି ଖଇକୋରା,

ବାଲେଶ୍ଵରଠାରେ ପାଇବି ମୁଁ କ୍ଷୀରା ଦେଉଛନ୍ତି କ୍ଷୀରଚୋରା |


କେନ୍ଦ୍ରାପଡ଼ା ଗଲେ ବଳଦେବ ଜୀଉ ରସାବଳୀ ଦେବେ ପୁଣି,

ଗାଆଁ ଠାକୁରାଣୀ ବାସୁଳି ଦିଅନ୍ତି ଛେନାପଣା ମନଜାଣି |


ଭଙ୍ଗା ନଡ଼ିଆଟି ବଢ଼େଇ ଦେବେ ତ ଘଟଗାଁ' ତାରିଣୀ ମାଆ,

ବଣ ମୂଲକରେ ନଦୀ ଧାରେ ଧାରେ ଯିଏ ଭୋଗଦେବ ଯାହା |


ଓଡ଼ିଶା ମାଟିର ଦେବ-ଦେବୀ ମୋର ଦେଉଛନ୍ତି ଲୋଡ଼ା ଯେତେ,

ଆଉ କେଉଁ ଦିଅଁ ପ୍ରସାଦ କି ହେବ ସବୁ ତ ମିଳୁଛି ମୋତେ |



Rate this content
Log in

Similar oriya poem from Classics