STORYMIRROR

ବଳରାମ ବାରିକ

Classics

2  

ବଳରାମ ବାରିକ

Classics

ଭଣ୍ଡାରୀ ମୁଠି ଟଙ୍କା ପାଞ୍ଚୋଟି

ଭଣ୍ଡାରୀ ମୁଠି ଟଙ୍କା ପାଞ୍ଚୋଟି

1 min
13.9K



ସାରା ଗାଁ ର ବୋଝ ଉଠାଏ ସେ।

ରୁଢ଼ ବଢିଲେ ତା କଥା ମନକୁ ଆସେ।

କେତେ ଘା ,ବଥ , କଣ ନଖାର ଦେଶୀ ଅସ୍ତ୍ରୋପଚାର କରିଛି ସେ।

ଲୋକେ କହନ୍ତି ଢଗଢମାଳିରେ ଭଣ୍ଡାରୀ ଦେଖିଲେ ତୋ ଆଣ୍ଠୁରୁ ନଖ ବାହାରି ଆସେ।


ଛୁତିକିଆ , ମୃତିକିଆ କି ବିବାହ ବ୍ରତ ଧାନ୍ତି ସଭିଏଁ ତାର ପାସେ।

ମନା କରିନି କାହାକୁ ,ସ୍ୱଳ୍ପ ବେତନରେ କାମ କରେ ସେ ।


୨ ଟା କତୁରୀ

ଗୋଟିଏ ଅସ୍ତୁରା

ପଟେ ନହୁରୁଣୀ

ଖଣ୍ଡେ ଫିଟିକିରି

୪/୫ ଟି ରଙ୍ଗ ବେରଙ୍ଗୀ ପାନିଆ

କାଠ ଫ୍ରେମ ଲାଗିଥିବା ଦର୍ପଣ ଗୋଟେ

ଲାଇଫବୟ ସାବିନୀ ଖଣ୍ଡେ

ଫେଣକରିବା ପାଇଁ ବୁରୁସୁ ଗୋଟେ ଧରି ଗାଁ ମୁଣ୍ଡ ବରଗଛ ଚାନ୍ଦିନୀ ଉପରେ ସେ ବସେ।

ରାଜା ହେଉ କି ଦୀନ ସଭିଏଁ ସମାନ

ତାର ପାସେ।


ଚକାଆସନ ପକେଇ ବସିଲେ ତା ପାଖେ

ସାରା ଦୁନିଆ ଖବର ସେ ଭାଷେ।

ଅଝାଟିଆ ପିଲାଙ୍କୁ ଲଣ୍ଡା କଲାବେଳ ବୁଢୀମା କାହାଣୀ କହି ହସେ।

ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ସେ।


ଛୁଆ ମାଇପିକୁ ଦେଇ ପାରେନି ପେଟଭରି ଦାନା ,ତଥାପି ରହେ ସେ ମନ ହରସେ।

ପୁନେଇ ପରବେ ବାବୁ ଘର ପିଠା ପଣାକୁ ସେ ଅନାଇ ବସେ।

ଖଟୁଥାଏ ସେ ବାର ମାସେ।


ତଥାପି ଏ ସମାଜ ଭାଣ୍ଡ କରେ ତା ସାଥେ କହି ତାକୁ ଏହି କଥା ଟି।

ଭଣ୍ଡାରୀ ମୁଠି ଟଙ୍କା ପାଞ୍ଚୋଟି।

✍ବଳରାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics