STORYMIRROR

Hitesh Mohapatra

Abstract Tragedy Action

4  

Hitesh Mohapatra

Abstract Tragedy Action

ଭଣ୍ଡ ସମାଜ

ଭଣ୍ଡ ସମାଜ

1 min
293

ଯେଉଁଠି ଭକ୍ତି ହେଲା ବେପାର 

ଆଉ ଶିକ୍ଷା ହେଲା ଧନ୍ଦା 

ଶୁଖିଲା ଟାରେ ଆମେ କରୁଛେ 

ଆମ ନେତା ମାନଙ୍କୁ ନିନ୍ଦା ।


ଯାହାର ଯେତିକି ଶକ୍ତି 

କରୁଛି ସେତିକି ସେ ଦୁର୍ନୀତି 

ନ ପାରିଲେ କିଛି କରି 

କରୁଥାଏ ବସି , କୁଜି ରାଜନୀତି ।


କିଏ ଭେଟୁଛି ଚାଦର 

କିଏ ଜାଳିଲାଣି ମହମବତୀ 

ତ କିଏ ଭାଙ୍ଗିଲାଣି ନଡ଼ିଆ 

ପ୍ରଜ୍ଵଳିତ କରିବା ପାଇଁ ନିଜର ଅନୀତି ର ବତୀ ।


ଏଠି ସବୁ ହେଇପାରେ ନିଲାମ 

କାହାର ଦାମ୍ କମ୍ ତ କାହାର ଅଧିକ 

ବିକ୍ରି ହେଇପାରିବ ସବୁକିଛି 

ଖାଲି ମିଳିଲେ ହେଲା ଯୋଗ୍ୟ ର ଗ୍ରାହକ ।


ଦୀପ ତଳ ଅନ୍ଧାର ଭଳି 

ଆମର ଏ ସଭ୍ୟ ସମାଜ 

ଘର ଖଟ ତଳେ ଶବ ଲୁଚାଇ 

ପଢୁଥାଉ , ସକାଳ ର ଖବର କାଗଜ ।


ଲାଗେ ନାହିଁ ମତେ ଦୁଃଖ 

ଦେଖି ଏ ଲୋକ ଙ୍କ ଅବସ୍ଥା 

କାହିଁକି ଅବା ଲାଗିବ 

ଯେବେ ନିଜେ ହିଁ ତାର ସୃଷ୍ଟି କର୍ତ୍ତା ।



Rate this content
Log in

Similar oriya poem from Abstract