STORYMIRROR

Pranati Acharya

Comedy

3  

Pranati Acharya

Comedy

ଭଣ୍ଡ ବାବା

ଭଣ୍ଡ ବାବା

1 min
146

ଏହାଙ୍କ ନାମ ଶୁଣି ସର୍ବେ ହୁଅନ୍ତି ଯେ କାବା 

ସମଗ୍ର ଦେଶକୁ କାବୁ କଲେଣି ଏ ବାବା ।। 

ଗେରୁବସ୍ତ୍ର ପିନ୍ଧି ନିତି ଠକନ୍ତି ଲୋକଙ୍କୁ 

ଦୁଃଖ ଅପସରି ଯିବ କୁହନ୍ତି ସଭିଙ୍କୁ ।। 

ବାଣୀ ତାଙ୍କ ଶୁଣିଲେ ପଥର ହେବ ପାଣି

 ମୁଣ୍ଡ ଘୁରିଯିବ ଯେବେ ଦେଖିବ ତାଙ୍କ ଠାଣି ।। 

କୁହନ୍ତି ସର୍ବଦା ତପ ଧର୍ମ ସ୍ୱର୍ଗ କଥା 

ସତେକି ବାଣିରେ ଥାଏ ତାଙ୍କ ମଧୁରତା ।। 

ବସ୍ତ୍ରଆଡେ ସେ ଯେ ନିତି କୁକୁଡା ଚୋବାନ୍ତି 

ତାଙ୍କ ଚେଲାମାନେ ନିଶ୍ଚେ ନେତା ଯେ ହୁଅନ୍ତି ।।

ପୋଲିସବାଲାମାନେ ଯେ ଏ ବାବାଙ୍କ ଭକ୍ତ

ସୁରକ୍ଷା ଦେବାକୁ କେବେ ହୁଅନ୍ତିନି ବ୍ୟସ୍ତ ।।

ଭଦ୍ରମୁଖା ପିନ୍ଧନ୍ତି ଯେ ଏହି ବାବା ମାନେ

ଠକନ୍ତି ଲୋକଙ୍କୁ ଥାନ୍ତି ନାରୀ ଆକର୍ଷଣେ ।। 

ଆମ ଅଧିକାର ଏବେ ସାବ୍ୟସ୍ତ କରିବା 

ଭଣ୍ଡବାବାମାନଙ୍କୁ ଯେ ଗୋଡାଇ ମାରିବା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy