STORYMIRROR

Bijay Prusty

Abstract Tragedy

3  

Bijay Prusty

Abstract Tragedy

ଭଙ୍ଗା ସିଲଟର ଗୀତ

ଭଙ୍ଗା ସିଲଟର ଗୀତ

1 min
204


ହୃଦୟକୁ ଚିପୁଡି ଚିପୁଡି

କେତେ ଆଉ ଲହୁ ଲୁହାଣ ହେବି

ଆଖିଲୁହ ପିଇ ପିଇ

କେତେଦିନ ତୃଷ୍ଣା ନିବାରିବି ? 

ଚଇତି ଓଠରେ କେତେ 

ଚିଠି ମୁଁ ଲେଖିଛି

ଉତ୍ତର ପାଇଛି ଯାହା ସାଇତି ରଖିଛି

ବୈଶାଖ ଝାଞ୍ଜିରେ ଦେହ 

ସିଝିଗଲା ପରେ

ଲୁହକୁ ଧୋଇବା ପାଇଁ

ଶ୍ରାବଣରେ କେତେ ମୁଁ ଭିଜିଛି I

ଶରତର ଜୋଛନାରେ 

ହଜିନି ମୁଁ ଦିନେ

ନିଜକୁ ଖୋଜିବା ପାଇଁ

ଦ୍ୱିପ୍ରହରେ ବୁବିନାହିଁ କାଶତଣ୍ଡି ବନେ

ମୋ କଣ୍ଠରେ ଭାଷା ଆଉ କାହିଁ

ଯେତେବେଳେ

ମୋ ଭିତରେ ମୁଁ ଆଉନାହିଁ I

ମାଘକୁ ଫେରାଇଦେବି 

ହାଡଭଙ୍ଗା ଶୀତ

କୋଇଲି କଣ୍ଠରେ ଆଉ

ଗାଇବିନି ଗୀତ

ଫଗୁଣର ଫଗୁ ଆଉ ମାଖିବନି ଦେହ

ହସଆଉ ଦେଖିବନି ମୋରଏଇ ମୁହଁ

ଆଘ୍ରାଣିବି ନାହିଁ ଆଉ ଫୁଲର ସୁରଭି

କାହିଁକିନା ମୋଭିତରେ ମୁଁ ହିଁ ନଥିବି I

         


Rate this content
Log in

Similar oriya poem from Abstract