STORYMIRROR

Rama chandra Pradhan

Tragedy

3  

Rama chandra Pradhan

Tragedy

ଭଙ୍ଗା ହୃଦୟ

ଭଙ୍ଗା ହୃଦୟ

1 min
15


ହୃଦୟକୁ ଭାଙ୍ଗି କାହିଁ ଚାଲିଗଲୁ 

  ପ୍ରିୟା ଲୋ ତୁ ବହୁ ଦୂରେ 

ତୋ ପ୍ରେମର ମିଠା ଜହର ପିଆଇ 

  ଧୋକାଦେଲୁ ମୋ ସାଥିରେ... 

ମୋ ଭଙ୍ଗା ହୃଦୟ ତୋ ପାଇଁ କାନ୍ଦୁଛି 

    ଆଖିରୁ ଝରାଇ ଲୁହ

ତୋ ମିଛ ସମ୍ପର୍କ କୁହୁଳା ନିଆଁରେ 

    ଜଳୁଛି ମୁଁ ଅହରହ...

ଭଙ୍ଗା ହୃଦୟକୁ ବୋହି ମୁଁ ଚାଲିଛି 

   ଯନ୍ତ୍ରଣାକୁ ସହ୍ୟ କରି 

ଦିନ ତ ମୋହର ସରେ ନାହିଁ ଜମା 

    ବହିଯାଏ ଅଶ୍ରୁ ଝରି... 

କେମିତି ରହିବି ସତରେ ତୋ ବିନା 

    ମନଟା ଯାଇଛି ମରି 

ହୃଦୟକୁ ମୋର ଭାଙ୍ଗିରୁଜି ଦେଲୁ 

   ଭଙ୍ଗା ଆଇନାଟେ ପରି... 

ପ୍ରତିଛବି ତୋର ଦେଖୁଛି ମୁଁ ଆଜି 

   ଭଙ୍ଗା ଆଇନାକୁ ଧରି 

ମୋତେ ଏକାକରି ଖୁସିରେ କି' ଅଛୁ

  ଆଲୋ ମୋର ସୁନାପରୀ... 



Rate this content
Log in

Similar oriya poem from Tragedy