ଭଙ୍ଗା ହୃଦୟ
ଭଙ୍ଗା ହୃଦୟ
ହୃଦୟ ତୁମକୁ ଦେଇଥିଲି ମୁହିଁ
ସାଇତିକି ରଖିବାକୁ ,
ରଖିପାରିଲନି ସେଇ ହୃଦୟକୁ
ବିଖଣ୍ଡିତ କଲ ତାକୁ ।
ଭାବିଥିଲି ତୁମେ ଶୂନ୍ୟ ହସ୍ତେ ମୋ
ଭରିଦେବ ପ୍ରେମସୁଧା ,
ହେଲେ ତୁମେ ମୋତେ ଦେଇଗଲ ବନ୍ଧୁ
ପ୍ରେମରେ ଅନେକ ବାଧା ।
ଧ୍ରୁବ ତାରା ପରି ଝଲସି ଉଠୁଛି
ତୁମ କୀର୍ତ୍ତିମାନ ଯେତେ,
ସାଥେ ମିଶି ଦୁହେଁ ଅନ୍ତରର କଥା
କରୁଥିଲେ ଆମେ କେତେ ।
ସାଜିଥାନ୍ତ ତୁମେ ମୋ ହସଖୁସିର
ଛୋଟ ଏକ ପ୍ରତିବିମ୍ବ ,
ଅମାବାସ୍ୟା ଜହ୍ନ ସାଜିଗଲ ତୁମେ
ମିଥ୍ଯା ପ୍ରତିଶ୍ରୁତି ତବ ।
ତୃଷ୍ଣା ମେଣ୍ଟୁଛି ମୋ ଏ ମରୁବାଲିରେ
ପିଇ ପିଇ ଆଖି ଲୁହ ,
ପ୍ରତିଶ୍ରୁତି ଦେଇ ହୃଦୟ ଭାଙ୍ଗିଲ
ଭରିଲ ମନରେ କୋହ ।
ତଥାପି ବଞ୍ଚିଛି ବଞ୍ଚିରହିଥିବି
ତୁମ ସ୍ମୃତି ସାଥେ ନେଇ ,
ଭଙ୍ଗା ହୃଦୟରେ ଆଉ କେହି କେବେ
ସ୍ଥାନ ଯେ ପାଇବେ ନାହିଁ ।
