STORYMIRROR

Anupama Sahu

Tragedy

3  

Anupama Sahu

Tragedy

ଭଙ୍ଗା ହୃଦୟ

ଭଙ୍ଗା ହୃଦୟ

1 min
250


କୋମଳ ପରଶ 

ହୃଦେ ଭରିଥିଲୁ 

ପ୍ରେମର ପ୍ରଥମ ଦିନେ, 

ଭୁଲି ଯିବା ପାଇଁ 

ଭଲ ପାଉ ବୋଲି 

କହି ଥିଲୁ ବୋଧେ କାନେ। 


ରହି ପାରେ ନାହିଁ 

ତୋତେ ଛାତି ମୁହିଁ 

ମନେ ଭରେ ଅଭିମାନ, 

ନିରବେ ନିର୍ଜନେ 

ଖୋଜୁ ଥାଏ ସଦା 

ତୋ ନିବିଡ ଆଲିଙ୍ଗନ। 


ହୃଦୟକୁ ମୋର 

ଭାଙ୍ଗି ଚାଲି ଗଲୁ 

କରି ଦେଇ ସାତପର, 

ନିଇତି ତୋତେ ରେ 

କେତେ ଯେ ଖୋଜୁଛି 

ଭଙ୍ଗା ହୃଦୟ ଟା ମୋର। 


ଭୁଲି ମୁଁ ପାରେନା 

ମନେ ପଡି ଯାଉ 

ଆସେ ଯେବେ ମୁହିଁ ସଞ୍ଜ, 

ଲୁହ ସୁଖେ ନାହିଁ 

ହସ ଝରେ ନାହିଁ 

ଛାତି ତଳେ ତୁ ଦରଜ। 

   

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy