Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijay Prusty

Fantasy

4  

Bijay Prusty

Fantasy

ଭଙ୍ଗା ଆଇନାରେ ମୁହଁ

ଭଙ୍ଗା ଆଇନାରେ ମୁହଁ

1 min
362



ଭଙ୍ଗା ଆଇନାରେ ନିଜର ମୁହଁକୁ

ଦେଖିଦେଲେ ବେଳେବେଳେ

ଅଚିହ୍ନା ଲାଗଇ ନିଜ ମୁହଁ ଗୋଟି

ମନ ଭରେ କୌତୁହଳେ I


କାହିଁକି ଭାଙ୍ଗିଲା ଆଇନା ଗୋଟିକ

କିଏସେ ଭାଙ୍ଗିଲା କୁହ

ହସି ଉଠୁଥିଲେ କାଚର ଟୁକୁଡା

ଆଖି ଖୋଜୁଥିଲା ଲୁହ I


କେତେ ସରାଗରେ ନିଜମୁହଁ ଗୋଟି

ନିଜେ ମୁଁ ଦେଖିବି ବୋଲି

ହୃଦୟରେ ଭରି ଆବେଗ ଅନେକ

ଆଖି ଦେଇଥିଲି ଖୋଲି I


ନିଜ ମୁହଁ ଗୋଟି ନିଜର ଆଖିରେ

କେହିକେବେ ଦେଖିନାହିଁ

ଆଇନା କେବଳ ସାହାରା ଦେଉଛି

ନିଜକୁ ଦେଖିବା ପାଇଁ I


ଆଇନା ଗୋଟିକ ଭାଙ୍ଗିଦେଲ କିଆଁ

ଆଉ କେ ସାହାରା ଦେବ

ଭଙ୍ଗା ଆଇନାରେ ନିଜର ମୁହଁକୁ

କେମିତି ବା ଦେଖି ହେବ I

       


Rate this content
Log in