STORYMIRROR

Niranjan Sahu

Romance

2  

Niranjan Sahu

Romance

ଭଲରେ ରଖନ୍ତୁ ଠାକୁରେ

ଭଲରେ ରଖନ୍ତୁ ଠାକୁରେ

1 min
344

ତୁମେ ଯାଉଥିଲ ତୁମରି ବାଟରେ   

ମୁଁ ଯାଉଥିଲି ମୋରି ବାଟରେ

   ଦେଖାହେଲା ପ୍ରେମ ହାଟରେ,

ତୁମେ ଦେଖୁଥିଲ ତୁମରି ଆଖିରେ

ମୁଁ ଦେଖୁଥିଲି ମୋର ଆଖିରେ

      ମିଶିଲା ଆଖିରେ ଆଖିରେ,

ତୁମେ ହସିଦେଲ ତୁମରି ଓଠରେ

ମୁଁ ହସିଦେଲି ମୋରି ଓଠରେ

    ପଡିଗଲେ ଦୁହେଁ ପ୍ରେମରେ,

ଛନକା ପଶିଲା ତୁମରି ଛାତିରେ

ଛନକା ପଶିଲା ମୋରି ଛାତିରେ

   ଦୁହେଁ ଦୁହିଁଙ୍କୁ ଖୋଜିଲେ ମନରେ,

ତୁମେ ଆସିଗଲ ମୋରି ସାଥୀରେ

ମୁଁ ଚାଲିଗଲି ତୁମରି ସାଥିରେ

   ଦୁହେଁ ଖୁସିରେ ରହିଲେ ସଂସାରେ,

ତୁମ ପାଇଁ ମୁଁ ମୋ ପାଇଁ ତୁମେ

    ଲେଖାଅଛି ଆମ ଭାଗ୍ୟରେ

      ସାତଜନ୍ମ ପାଇଁ ବାନ୍ଧିହୋଇଗଲେ

        ଭଲରେ ରଖନ୍ତୁ ଠାକୁରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance