ଭଲରେ ରଖନ୍ତୁ ଠାକୁରେ
ଭଲରେ ରଖନ୍ତୁ ଠାକୁରେ
ତୁମେ ଯାଉଥିଲ ତୁମରି ବାଟରେ
ମୁଁ ଯାଉଥିଲି ମୋରି ବାଟରେ
ଦେଖାହେଲା ପ୍ରେମ ହାଟରେ,
ତୁମେ ଦେଖୁଥିଲ ତୁମରି ଆଖିରେ
ମୁଁ ଦେଖୁଥିଲି ମୋର ଆଖିରେ
ମିଶିଲା ଆଖିରେ ଆଖିରେ,
ତୁମେ ହସିଦେଲ ତୁମରି ଓଠରେ
ମୁଁ ହସିଦେଲି ମୋରି ଓଠରେ
ପଡିଗଲେ ଦୁହେଁ ପ୍ରେମରେ,
ଛନକା ପଶିଲା ତୁମରି ଛାତିରେ
ଛନକା ପଶିଲା ମୋରି ଛାତିରେ
ଦୁହେଁ ଦୁହିଁଙ୍କୁ ଖୋଜିଲେ ମନରେ,
ତୁମେ ଆସିଗଲ ମୋରି ସାଥୀରେ
ମୁଁ ଚାଲିଗଲି ତୁମରି ସାଥିରେ
ଦୁହେଁ ଖୁସିରେ ରହିଲେ ସଂସାରେ,
ତୁମ ପାଇଁ ମୁଁ ମୋ ପାଇଁ ତୁମେ
ଲେଖାଅଛି ଆମ ଭାଗ୍ୟରେ
ସାତଜନ୍ମ ପାଇଁ ବାନ୍ଧିହୋଇଗଲେ
ଭଲରେ ରଖନ୍ତୁ ଠାକୁରେ

