STORYMIRROR

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ଭଲରେ ମନ୍ଦ ମନ୍ଦରେ ଭଲ

ଭଲରେ ମନ୍ଦ ମନ୍ଦରେ ଭଲ

1 min
161


ସୁନ୍ଦର ଜିନିଷ ସବୁ ଭଲନୁହେଁ ଫୁଲରେ ବି ପୋକ ଥାଏ,

ପଥର କେବଳ ଗୋଡ଼ି ହୁଏନାହିଁ ହୀରା ବି ସେଥିରେ ରହେ ।


ମଧୁର କଥାରେ ମନ ସିନା ଭୁଲେ କପଟ ବି ଥାଇପାରେ,

କଠୋର ଭାଷାଟି କଟୁ ଲାଗିପାରେ ଉପକାର ମଧ୍ୟ କରେ ।


ମିଛ ସିନା ମନେ ଚମକ ଲଗାଏ ମୂଲ୍ୟ ତା'ର କିଛିନାହିଁ,

କିଛି ସତକଥା ବିଶ୍ୱାସ ହୁଏନା ମନେକରେ ହାଇଁପାଇଁ ।


ଦାମୀ ଔଷଧ ଯେ, ରୋଗ କାଢିନେବ ଏକଥାଟି ନୁହେଁ ସତ,

କେତେ ରୋଗ ଅଛି ବିନା ଔଷଧରେ ରୋଗୀ ହୋଇପାରେ ମୁକ୍ତ ।


ଗାଳି କେବେ କାହା କ୍ଷତି କରେନାହିଁ ଏକଥା ସଭିଙ୍କୁ ଜଣା,

ତଥାପି କାହାର ଗାଳିପଦେ ଶୁଣି ହେଇଯାଉ ବାଟବଣା ।


ଧନଥିଲେ ସବୁ ସୁଖମିଳେ ବୋଲି ଧାରଣା ରହିଛି ସିନା,

ଗରିବ ଲୋକ ବି ସୁଖଭୋଗ କରେ କୋଠା-ବାଡ଼ି ଗାଡ଼ି ବିନା ।



Rate this content
Log in

Similar oriya poem from Classics