STORYMIRROR

subrat kumar jena

Inspirational

3  

subrat kumar jena

Inspirational

ଭଲପାଇବାରେ ହାରଜିତ

ଭଲପାଇବାରେ ହାରଜିତ

1 min
11

ତୁମେ ଜିତିବାକୁ ଭଲ ପାଅନା?

ଆଉ ତୁମକୁ ମୁଁ

କେବେ ବୁଝିବାକୁ ଚେଷ୍ଟାକରିଛ,

ଭାବନାକୁ ବାଦ ଦେଇ,

ଏ ଜୀବନ ଭଲା କି ଜୀବନ

ପାଞ୍ଚ ମନ ପଚିଶ ପ୍ରକୁତିର ପରା ସମାହାର,

ଏ ସୁନ୍ଦର ଜୀବନ ଈଶ୍ୱରଙ୍କ ଉପହାର

ତୁମେ କହିଲ,

ମୁଁ ଚୁପ ଚାପ ମାନି ନେଲି ସବୁକଥା

ତୁମେ ଯାହା ଦେଖାଇଲ,

ଆଖି ବନ୍ଦ କରି ବିଶ୍ୱାସ କଲି ଅନ୍ଧ ଭାବରେ

ତୁମେ ଯାହା ଶୁଣାଇଲ,

ସବୁକୁ ଶୁଣିଲି ଅବାଧ୍ୟ ପରି ତୁମରି ଆଗରେ

ଶେଷରେ ତୁମର ପ୍ରତିଶ୍ରୁତିର ଛଳନା,

ଆଘାତ ତ ଦିଏ ହେଲେ ବିନା ରକ୍ତର ପ୍ରବାହରେ,

ସହିଯାଏ ତୁମକୁ ମୋ ଭିତରେ ରଖି,

ତୁମ ସ୍ପର୍ଶକୁ ମୋ ପ୍ରତିଟି ଅଙ୍ଗରେ ଅନୁଭବ କରି

ଜାଣ କାହିଁକି ମୁଁ ବାରମ୍ବାର ହାରିଯାଏ ତୁମ ପାଖରେ?

କେବଳ ତୁମର ସେ ଟିକକ ହସ ଲାଗି

ହୁଏତ ତୁମେ ଭୁଲିଯାଇ ପାର ତୁମର ବଚନକୁ,

ହୋଇପାରେ ତାହା ପାଣିର ଗାର ପରି,

ମୁଁ କିନ୍ତୁ ପାରିବିନି ତୁମକୁ ମୋଠୁ ଦୁରେଇ,

କେମିତି ଭୁଲିବି କୁହ,

ଛଳନାରେ ହେଉ ପଛେ ତୁମର ଭଲ ପାଇବାକୁ,

ତୁମ ସେ ଅଭୁଲା ଶୃଙ୍ଗାର ରସକୁ,

ଖାସ ସେଥିଲାଗି

ମୁଁ ଜାଣି ଜାଣି ହାରେ ତୁମ ନିକଟରୁ,

ତୁମ ଲାଗି ସିନା ଏଇଟା ହାରିବା,

ହେଲେ କୁହତ ସେ କି ଜିତିବା,

ନିଜର ପ୍ରେମକୁ ନିଜ ଆଗରେ ହରାଇ ଶହେଥର

ନିଜେ ଏକା ଏକା ଭାଙ୍ଗିବା ।


Rate this content
Log in

Similar oriya poem from Inspirational