STORYMIRROR

Gunanidhi Samal

Romance

2  

Gunanidhi Samal

Romance

"ଭଲପାଇ ଯଦି..."

"ଭଲପାଇ ଯଦି..."

1 min
91

ଭଲପାଇ ଯଦି ଭୁଲିବାର ଥିଲା

ଭଲ ପାଉଥିଲ କିଆଁ

କି'ଲାଭ ପାଇଲ ମନ ଉପବନେ

ଜାଳି କାମନାର ନିଆଁ

ଭଲପାଇ ଯଦି

କେତେ ଯତନରେ ଶେଜ ପାରିଥିଲି

ପ୍ରଣୟ ସପନେ ମାତି

କେତେ ତାତି ଛାତି ଭିତରେ ବିତିଲା

ତୁମେକି' ବୁଝିବ ସାଥୀ,

ଭଲ ପାଇବାର ସରାଗ ଟିକକ

ଉଡ଼ିଗଲା ହୋଇ ଧୂଆଁ

ଭଲପାଇ ଯଦି

ବାତାୟନ ପାଶେ ବସିଲି ଏକାନ୍ତେ

ଆସିବାର ବାଟ ଚାହିଁ

ଅଲାଜୁକି ଜହ୍ନ କଣେଇ ଚାହିଁଲା

ସରମରେ ଗଲି ନଇଁ,

ପଚାରିଲା ସହି ଆସିବେକି କେହି

କହିଦେଲି ତୁମ ନାଆଁ

ଭଲପାଇ ଯଦି

କଥା ଦେଇଥିଲ ପହିଲି ଆଷାଢେ

ଫେରି ଆସିବ ମୋ'ପାଶେ

ଦେହମନ ମୋର ଛୁଇଁ ଦେଇଯିବ

ତୁମ ନହୁଲି ପରଶେ,

କେମିତି ଭୁଲିବି ଭୁଲି ହେଉନାହିଁ

ତୁମରି ପହିଲି ଛୁଆଁ

ଭଲପାଇ ଯଦି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance