STORYMIRROR

Puspanjali Panda

Abstract

4  

Puspanjali Panda

Abstract

ଭଲପାଏ ମୁହିଁ

ଭଲପାଏ ମୁହିଁ

1 min
350


ଭାରି ଭଲଲାଗେ ସକାଳୁ ସକାନୁ

ସୁଲୁସୁଲୁ ଥଣ୍ଡା ବାଆ 

ଦକ୍ଷିଣା ପବନ ସୁରୁଜ କିରଣ

ବିଭୋରପଣର ନାଆଁ।


କାକର ପଖଳା ରୂପା ଫୁଲ ପିନ୍ଧା

ଦିଗନ୍ତର ସବୁଜିମା 

ଆଲୋକ ସମ୍ଭାର ଭାରି ଭଲଲାଗେ

ଭଲଲାଗେ ପ୍ରିୟତମା।


ଭାରିଭଲଲାଗେ ଝରଝର ବର୍ଷା

କଳକଳ ପାଣି ସୁଅ

କାଚକେନ୍ଦୁ ପାଣିଗଡିଆତୁଠରେ

ହଳଦୀ ରଙ୍ଗର ଦେହ।


ଭାରି ଭଲଲାଗେ ଅନ୍ଧାର ରାତିରେ

ଖଦ୍ୟୋତ ନୀଳ ଆଲୋକ

ନୀଳ ନଭସାରା ଜହ୍ନ ସହ ତାରା

ମହକିତ ଚନ୍ଦ୍ରାଲୋକ ।


ଳଙ୍ଗୀନ ପରଜାପତି ଉଡ଼ି ଉଡି

ଫୁଲ ଛୁଇଁ ଛୁଇଁ ଯିବା

ଭାରି ଭଲଲାଗେ ଶେଫାଳୀ ଫୁଲରେ

ଧରଣୀ ର ସଜହେବା।


ନାଲି ଟୁକୁଟୁକୁ ସାଧବ ବୋହୁର

ତରତର ପାଦ ଚାଲି

ସୁନ୍ଦର ଦିଶଇ ମନ କିଣିଥାଇ

ଓଢଣା ତା ମଖମଲି।


ଭଲଲାଗେ ମତେ ଶୀତୁଆ ସକାଳେ

ବାମ୍ଫଉଠା ନାଲି ଚାହା

ଧୁଧୁ ଖରା ଗ୍ରୀଷମ ସମୟେ

ପଖାଳ ତୋରାଣୀ ଖିଆ।


ଭଲପାଏ ମୁଁ ବାପାଙ୍କ ପୋଷାକ

ଲୁଚି ଲୁଚି ପିନ୍ଧିବାକୁ

ଭଉଣୀ ସହିତ ଝଗଡା ଲଗେଇ

ମା କୋଳେ ଶୋଇବାକୁ।


ଭଲପାଏ ମୁଁ ମୋ ଗାଁ ମାଟି

ପାଣି ପବନର ଛୁଆଁ

ବୟସ ଅୟସ ସରିଆସିଲେବି

ମନ ମୋ ଏବେବି ଛୁଆ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract