STORYMIRROR

Ghanashyam Biswal

Abstract

3  

Ghanashyam Biswal

Abstract

ଭଲଭାବନା

ଭଲଭାବନା

1 min
179

ଫେରିଆସୁ

ପୁଣି ଆଉଥରେ ରାମରାଜ୍ୟ

ଆଉ ସତ୍ୟର ଆଗ୍ରହୀ ମାନେ

ଆଉ ଥରେ କରନ୍ତୁ ସତ୍ୟାଗ୍ରହ

ବିନା ସ୍ୱାର୍ଥରେ

ଆତ୍ମୀୟ ଦିଅନ୍ତୁ ହାତ ସହଯୋଗର

ଆଉ

ନରକ ଯାଆନ୍ତୁ ସବୁ ସ୍ୱାର୍ଥପର

ସର୍ତ୍ତହୀନ ହେଉ

ମମତା ଆଉ ଭଲପାଇବା

ପ୍ରେମରେ ନ ମିଶୁ ବିଷ

ପ୍ରେମିକମାନେ ପୁରୁଷାର୍ଥ ବଜାୟ ରଖନ୍ତୁ

ଆଉ

ପ୍ରେମିକା ହାତ ଛାଡ଼ି ନ ଯାଉ ଅଧାବାଟେ

ସାଜି ପଳାୟନ ପନ୍ଥୀ

ନିରୀହ ହୃଦୟ ମରି ନ ଯାଉ

ସୁନେଲି ସପନ ଭାଙ୍ଗି ନ ଯାଉ

ପାପୀମାନେ ପାଆନ୍ତୁ ନରକ ଦଣ୍ଡ ଏ ଧରାଧାମରେ

ଧନୀ ଆଉ ଗରିବ ଭିତରେ ନ ରହୁ

ଆକାଶ ପାତାଳର ତଫାତ

ହଜାରେ ଜାତିରେ ବନ୍ଧା ପଡ଼ି ନ ଯାଉ ମାନବିକତା

ପୁଣି

ଅନେକ ଧର୍ମ ଭିତରେ ହଜି ନ ଯାଉ ମଣିଷପଣିଆ

ଧରଣୀ ସରଗ ପାଲଟି ଯାଉ

ଭଲଭାବନା ମୋ ମନରେ ରହୁ

ଆଉ

କିଛି ନ ଥାଇ ଵି

ସବୁକିଛି ଥାଉ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract