STORYMIRROR

Smitali Priyadarsini Panda

Romance Thriller Others

3  

Smitali Priyadarsini Panda

Romance Thriller Others

ଭଲ ପାଏ

ଭଲ ପାଏ

1 min
271

ଭଲ ପାଏ ତତେ କାହିଁକି ମୁଁ ଏତେ

ସପନରେ ହଜେ ନିତି

କିଛି କଥା ଓଠ କହିଦିଏ ମୋର

ଆଉ କିଛି କୁହେ ଆଖି !


ମନର ଭାବକୁ ବୁଝିପାରୁନୁ କି

ଜାଣି ତୁ ଅଜଣା ହେଉ

ଦେଖେ ଯେବେ ତତେ କହୁଥାଏ ମନ

ସମୟ ଅଟକି ଯାଉ !


ଦୂରେଇ ଗଲେ ମୁଁ କାହିଁକି ତୋ ଆଖି 

ଖୋଜି ବୁଲୁଥାଇ ମତେ

ଜାଣିଶୁଣି କିବା କରୁ ତୁ ବାହାନା

ଜାଣିନୁ ଯେମିତି ସତେ !


କେମିତି କହିବି ଭଲ ପାଏ ବୋଲି

ଜାଣି ତୁ ଅଜଣା ହେଉ

ଭାବେ ଏବେ ଓଠ କହିଦେବ ଖୋଲି

ମନ କହେ ଏବେ ଥାଉ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance