STORYMIRROR

MADHU MITA

Abstract

3  

MADHU MITA

Abstract

ଭଲ ପାଏ ବୋଲି

ଭଲ ପାଏ ବୋଲି

1 min
12.1K

ଭଲ ପାଏ ବୋଲି..

ଏତେ ଭଲ ଲାଗେ ଫୁଲର ମୋହକ ବାସ୍ନା..

ତା ସହ ଭଲ ଲାଗେ ପୁଣି କଣ୍ଟାର ମୃଗତୃଷ୍ଣା..!!

ପାଖୁଡ଼ା ମେଲୁ କି ହେଉ ବେରଙ୍ଗ ପତ୍ରଝଡ଼ା..

କେବେ ମଧ୍ୟ କାହା ପାଖ ଛାଡ଼ି ହୁଏନା..


ଭଲ ପାଏ ବୋଲି..

ଭଲ ଲାଗେ ଏତେ ପୁଣି..

ସକାଳର ରକ୍ତିମ ଆକାଶ..

ପୁଣି ଜ୍ୟୋତ୍ସ୍ନାର ସ୍ନିଗ୍ଧ ପରିପ୍ରକାଶ..

ଆଉ ଅନ୍ଧକାରର ଅବଶେଷ ଅବକାଶ..


ଭଲ ପାଏ ବୋଲି..

ଭଲ ଲାଗେ ସେ ନୂଆ ଭିଜାମାଟି..

ସେ କାକର ଭିଜା ସ୍ବପ୍ନ ଆଉ ସେ ଜହ୍ନରାତି..

ମହଲ ହେଉ କି ହେଉ କବାଟ ତାଟି..

ଭଲ ଲାଗେ..ଉଷୁମ କୋଳର ସେ ଉଷ୍ମ ପ୍ରୀତି..


ଭଲ ପାଏ ବୋଲି..

ମରୁ ମରୀଚିକାଟି ଏତେ ଭଲ ଲାଗେ..

ମୂଷଳ ବର୍ଷା ହେଉ କି ଖରା ଭଲ ଲାଗେ..

ହୀମ ତୁଷାର ବି ସତରେ ବହୁତ୍ ଭଲ ଲାଗେ..

ଆଉ ବଜ୍ର ନିନାଦ ମେଖଳା..ଆହୁରି ଭଲ ଲାଗେ..


ଭଲ ପାଏ ବୋଲି..

ପକ୍ଷୀର କାକଳି..ପଶୁର କର୍କଶ ବୋବାଳି..

ବନ୍ଧୁର ପ୍ରସ୍ତର ହେଉ ଅବା ସାଗରର ମଧୁ କେଳି..

ଭଲ ଲାଗେ ପ୍ରକୃତିର ସବୁ ସ୍ଵର କରତାଳି..

ଭଲ ଲାଗେ ଆଶିଣ ଭୋଦୁଅ ଫଗୁଣର ହୋଲି..


ଭଲ ପାଏ ବୋଲି..

ହସ ସହ ଲୁହ ବୋହିଲେ ବି ଭଲ ଲାଗେ..

ମୃଦୁ ଯନ୍ତ୍ରଣା ଟିକେ ଛାତିରେ ଧୀରେ ଧୀରେ ଜାଗେ..

ଆଉ..ଦଗ୍ଧ ହୋଇ ଜଳିବାକୁ ବି ଭଲ ଲାଗେ..

ତୋ ମନ୍ଦିରରେ ସେ ଆଳତିର ପ୍ରଦୀପ ଆଗେ..


ଭଲ ପାଏ ବୋଲି…

ଭଲ ଲାଗେ ମିଳନ ମୂର୍ଚ୍ଛନା ବିରହ ବେଦନା ..

ପ୍ରେମ ସ୍ନେହ ହେଉ କି ଘୃଣା ପ୍ରତାରଣା..

ସବୁଠାରେ ଦେଖେ ତୋ ସୃଷ୍ଟି ସଂରଚନା..

ଭଲ ପାଏ ତେଣୁ ଜନ୍ମ ସହ ମୃତ୍ୟୁର ବିଡମ୍ବନା..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract