STORYMIRROR

Ramesh takri

Inspirational

3  

Ramesh takri

Inspirational

ଭଲ ମଣିଷଟେ ହେବି

ଭଲ ମଣିଷଟେ ହେବି

1 min
251

ସ୍ନେହରେ ଶ୍ରଦ୍ଧାରେ   ପ୍ରେମରେ ପ୍ରୀତିରେ

    ଜଗତେ ବଞ୍ଚିବା ପାଇଁ

ଭଲ ମଣିଷଟେ   ହେବି ମୁଁ ଜଗତେ

    ଉତ୍ତମ ଭାବନା ନେଇ ।


ବିଦ୍ଯା,ବୁଦ୍ଧି,ଜ୍ଞାନ   ଯାହା ଦେଇଛନ୍ତି

    ପିତାମାତା ଗୁରୁଜନ

ଆଚରଣଗତ   ଅଭ୍ଯାସେ ପାଇଛି

    ଚରିତ୍ର ରୂପକ ଧନ


ଜ୍ଞାନ ଆହରଣ   କରି ବାଣ୍ଟୁଥିବି

    ଆଦର୍ଶ ଶିକ୍ଷକ ହୋଇ ।୧।


ଦୟା,କ୍ଷମା ପ୍ରେମ   ସତ୍ଯ,ଧର୍ମ ଗୁଣେ

    ହେବି ନିଜେ ଅଧିକାରୀ

ନ୍ଯାୟ,ନୀତି ବଳେ   ଅନ୍ଯାୟ ଅନୀତି

    ପାରିବି ମୁଁ ଦୂର କରି


ସମାଜର ହିତ.  କରି ମୁଁ ବଞ୍ଚିବି

    ଭଲ ମଣିଷଟେ ହୋଇ ।


ଆପଣା କରମ   କରି ମୁଁ ଚାଲିବି

     ଅନେକ ସମୟ ଧରି

ପରକୁ ନିଜର   କରି ମୁଁ ପାରିବି

    ଦାନ ଧର୍ମ କାର୍ଯ୍ଯ କରି


କାମନା ବାସନା   ଭୁଲିଗଲେ ଯିବି

    ତ୍ଯାଗ ଭାବନାରେ ରହି ।


ନିଷ୍ଠା,ଏକାଗ୍ରତା   ସାଧନାରେ ରହି

    ଆପଣା କର୍ମ କରିବି

ସ୍ବାର୍ଥପର ହୋଇ   ବଞ୍ଚିବିନି ଭବେ

    ନିଶ୍ବାର୍ଥପର ହୋଇବି


ସତ୍ଯ ପଥ ଯେତେ   ହେଉ କଣ୍ଟକିତ

    ଏ ପଥ ଛାଡ଼ିବି ନାହିଁ ।


ମାନବ ସେବା ହିଁ   ଈଶ୍ବରଙ୍କ ସେବା

     ନିଜେ ମୁଁ ସେବକ ହେବି

ବଞ୍ଚିଥିବା ଯାଏ   ଯେତିକି ପାରିବି

    ସେତିକି ସେବା କରିବି 


ତାଙ୍କରି ହୃଦୟେ   ସ୍ଥାନ ମୂଁ ପାଇବି

    ପ୍ରିୟଜନ ଟିଏ ହୋଇ ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational