ଭଲ ମଣିଷ ଟେ ହେବା
ଭଲ ମଣିଷ ଟେ ହେବା
1 min
590
କାଲି ଯାହା ଥିଲା ଆଜି କି ତା ନାହିଁ
କାଲିକି ତାହା ସପନ
କାଲି କଥା ଭାବି ଆଜିର ମଣିଷ
ହୁଏ କେତେ ହୀନିମାନ।
କରମ ନ କରି ଭାଗ୍ୟେ ଦୋଷ ଦେଇ
ଦୁର୍ଗତି କି ଡାକି ଆଣେ
ଭାଗ୍ୟ ଡୋରି ତାର ଧରିଛି ଦଇବ
ଭଲ ଭାବେ ସିଏ ଜାଣେ।
କର୍ମେ ଅଧିକାର କର୍ମ ଫଳେ ନୁହେଁ
କୃଷ୍ଣ କହିଥିଲେ ପାର୍ଥେ
ସେ କଥା ସୁମରି କରି ଯିବା କର୍ମ
ଫଳ ତ ଦଇବ ହସ୍ତେ।
ଚନ୍ଦନ ର ବାସ ବିତରି ଜଗତେ
ହେବା ପ୍ରିୟ ସଭିଙ୍କର
ହିଂସା ଦ୍ୱେଷ ଈର୍ଷା ପରିହାର କରି
ଅହିଂସା ର ବାଟ ଧର।
ସାମ୍ୟ ମୈତ୍ରୀ ପ୍ରୀତି ଜୈତ୍ର ଉଡ଼ାଇ
ଭେଦା ଭେଦ ଭୁଲି ଯିବା
ତେବେ ସିନା ପରା ଏ ଧରା ଧାମ ରେ
ଭଲ ମଣିଷ ଟେ ହେବା।