STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଭଲ ଲାଗୁ ନାହିଁ କିଛି

ଭଲ ଲାଗୁ ନାହିଁ କିଛି

1 min
395


ଦେଖି ରୀତି ନୀତି ମନୁଷ୍ୟ କାର୍ଯ୍ୟ କୁ


ଲାଗୁ ନାହିଁ ଭଲ ଆଉ କର୍ମ ପଥେ ଯେ,


ସ୍ଵାର୍ଥର ପଛରେ ଧାଇଁ ଛନ୍ତି ସବୁ


ସାଜିଛିରେ ଦୁନିଆ କିପରି ଏବେ ଯେ !!


ସଂସ୍କୃତି ସଂସ୍କାର ଭୁଲିଗଲେ ସବୁ


ଭୁଲି ଯାଉ ଛନ୍ତି କର୍ତ୍ତବ୍ୟ ନିଜର ଯେ,


ବୃଦ୍ଧ ଆଶ୍ରମରେ ପିତୃମାତୃ ରଖି


ଜୀବନ ବ୍ୟତୀତ ଖୁସି ଓ ଆନନ୍ଦେ ଯେ!!


ମଦ ମାଂସ ଖାଇ ମତୁଆଲ ଯୁବା


ଦୁ ର୍ଘ ଟ ଣା ହୁଏ ବନ୍ଧୁ ଏଠି ନିତି ଯେ,


ନାରୀ ଭୁଲୁ ଛନ୍ତି ନାରୀର କର୍ତ୍ତବ୍ୟ 


କରୁଛି ଚିନ୍ତିତ ପରମ୍ପରା ଏହି ଯେ !!


ମାଆ ମାତୃଭାଷା ଭୁଲନ୍ତି ସନ୍ତାନେ


ଭୁଲୁ ଛନ୍ତି ରାଷ୍ଟ୍ର ପ୍ରେମ ପ୍ରୀତି ଶ୍ରଦ୍ଧା ଯେ


ନିଜ ସ୍ବାର୍ଥ ପାଇଁ ଆତୁର ସେ ସବୁ


କରୁଛନ୍ତିି ଭାଇ ଭ୍ରଷ୍ଟାଚାର ନେତା ଯେ !!


ରାଷ୍ଟ୍ରର ଗୌରବେ ଆନନ୍ଦ ନ ହୋଇ


ନେତା କରୁଛନ୍ତିି ବିରୋଧ ଭଲର ଯେ,


ହୁଏଜୀବହତ୍ୟା କୃଷ୍ଣ ରାମ ଦେଶେ


ଦେଖି ଲଜ୍ୟା ଲାଗେ ରୀତି ନୀତି ତାଙ୍କ ଯେ !!


କର୍ତ୍ତବ୍ୟ ନିଜର ଭୁଲେ ଗୃହ ଲକ୍ଷ୍ମୀ


ଶାଶୁ ଶଶୁର ଙ୍କୁ ନିଜ ବୋଝ ଭାବେ ଯେ,


ଆଦର ନ କରି କରେ ତିରସ୍କାର


ସତରେ କି ବନ୍ଧୁ ଏ ଅମୃତ କାଳ ଯେ !!


ସତ୍ତାର ନିମନ୍ତେ କରନ୍ତି ବିରୋଧ 


ବିରୋଧ ତାଙ୍କର ଭୂଇଁ ବିଦେଶ ରୁ ଯେ,


ଅମୃତ ଏ କାଳ ଆଲୋଚନା ନିତି 


କରିବେ କି ସେହୁ ଜନଙ୍କ କଲ୍ୟାଣ ଯେ !!


ଆହେ ବିଜ୍ଞ ଜନ ଦିଅ ମନ କର୍ଣ୍ଣ    


ଭାରତ ଆମର ସାଜିଛି ଏ ନୂଆ ଯେ,


ଅମୃତ କାଳର ଗୌରବ ଗୁଞ୍ଜୁଛି


କର୍ତ୍ତବ୍ୟ ଟି ପରା ଆମର ସଂସ୍କାରେ ଯେ !!


ଭକ୍ତି ଗୁରୁଜନ ପିତୃମାତୃ ସେବା


କର୍ମ ପଥେ ରହି ସେବା କରୁଥିବା ଯେ,


ସମଭାବ ପ୍ରୀତି ରଖିଥିବା ଗୃହେ


ଆମ ଅଟେ ସେହୁ ସଂସ୍କୃତି ସଂସ୍କାର ଯେ !!


ରାଷ୍ଟ୍ରପ୍ରୀତିପ୍ରେମ ଜଗନ୍ନାଥ ଭକ୍ତି


ମୂଳ ମନ୍ତ୍ର ଅଟେ ଏ ଜୀବନେ ପରା ଯେ,


କର୍ତ୍ତବ୍ୟ ଆମରି ଜନତାଙ୍କ ସେବା


ଦୁର୍ଲ୍ଲଭ ଜୀବନ ମନୁଷ୍ୟର ପରା ଯେ !!




Rate this content
Log in

Similar oriya poem from Abstract